
ବଇଣ୍ଡା,୧୬।୪(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି।
ତାଙ୍କ ବାସ ଭବନରୁ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଏଥିସହ ବ୍ଲକରେ ଉକ୍ତ ଟିମ ତାଙ୍କର କାଗଜ ପତ୍ର ଯାଞ୍ଚ କରିଛି । ତାଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଥିଲା। ଏ ପରିକି ଆଠମଲ୍ଲିକ ଅଞ୍ଚଳର ଜଣେ ସରପଞ୍ଚ ତାଙ୍କ ବିଲ୍ ପାସ କରି ଦେବା ପାଇ ତାଙ୍କୁ ହଇରାଣ କରୁଥିବା ବେଳେ ସେ ଗୋଡ଼ ଧରି ନିବେଦନ କରିବା ସହ ଏକ ଭିଡିଓ ସୋସିଆଲ ମିଡଆ ରେ ଭାଇରାଲ ହୋଇଥିଲା । ଏ ପରିକି ବିଭିନ୍ନ ବିଲ୍ ପାସ କରୁଥିବା ସମୟରେ ସେ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଅଟକ କରାଯିବା ସହ ଏକ କାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।