Posted inଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୨୪।୪ (କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ସିନିୟର ପୁରୁଷ ଆନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ସାହାଣୀ କପ୍‌ ରବିବାର ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪ଟି ମ୍ୟାଚ ହୋଇଥିବାବେଳେ ସୁନ୍ଦରଗଡ଼, ଭୁବନେଶ୍ୱର, ଜଗତ୍‌ସିଂହପୁର ଓ ବୌଦ୍ଧ ଦଳ ବିଜୟ ହାସଲ କରିଛନ୍ତି। କଟକର ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୫-୦ ଗୋଲରେ ନୟାଗଡ଼କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସ୍ବାଧୀନ ବଢ଼େଇ, ୩ୟ ଓ ୨୬ତମ ମିନିଟରେ ୨ଟି ଏବଂ ମହେଶ ପ୍ରଧାନ (୪୨ତମ ମିନିଟ), ମୋହନ ମାଝି (୬୬) ଓ ଦୀପକ ମୁଣ୍ଡା (୯୦+୧) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ କମିଶନର ଥିଲେ ସୁଜିତ କୁମାର ପାତ୍ର। ପୂର୍ବତନ ଜାତୀୟ ଖେଳାଳି ଯୁଧିଷ୍ଠିର ସେଠୀ, ଫାଓ ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡ଼େଇ, ସଦସ୍ୟ ବୀରେନ୍ଦ୍ର ବେହେରା, ବିଜୟ କୁମାର ଦାସ, ରମେଶ ମଲିକ, ତଡ଼ିତ କୁମାର ରାଉତ, ପ୍ରଭାତ ମହାପାତ୍ର, ଆର.ଆଇ. ଟିଗା ଓ କାର୍ତ୍ତିକ ବେହେରା ଅତିଥିଭାବେ ଯୋଗ ଦେଇଥିଲେ।
ଭୁବନେଶ୍ୱରର କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ୭-୦ ଗୋଲରେ ପୁରୀକୁ ପରାସ୍ତ କରିଛି। ପପୁ ମାଝି ୪, ୧୫, ୭୬, ୮୬ ଓ ୯୦+୧ ମିନିଟରେ ଏକାକୀ ୫ ଗୋଲ ଦେଇଥିବାବେଳେ ଗୌରବ ସିଂ ନେଗୀ ୩୭ ଓ ତପନ ନାୟକ ୬୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମ୍ୟାଚ କମିଶନର ସୁଦୀପ୍ତା ଦାଶ। ଏମ୍‌ଜିଏମ୍‌ ମିନେରାଲର ଚେୟାରମ୍ୟାନ ପଙ୍କଜ ଲୋଚନ ମହାନ୍ତି, ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା, ଓଏସ୍‌ଡି ସୋନାଲି ଚାନ୍ଦ, ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ସଦସ୍ୟ ସୁନୀଲ ମିତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
କଟକ ଚୌଦ୍ୱାରା ଓଟିଏମ୍‌ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଜଗତ୍‌ସିଂହପୁର ୧-୦ ଗୋଲରେ ବାଲେଶ୍ୱରକୁ ପରାସ୍ତ କରିଛି। ଯଦୁନାଥ ହାଁସଦା ୨୩ତମ ମିନିଟରେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ କମିଶନର ଥିଲେ ଜୁଗଳ ଚନ୍ଦ୍ର ଦାସ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ମହମ୍ମଦ ସହିଦ ଜବାର, ସଦସ୍ୟ ମାନସ ସାମଲ, ନରେନ୍ଦ୍ର ସାହୁ, ପ୍ରଭାକର ବର୍ଦ୍ଧନ, ସହଦେବ ରାଉତ, ହୃଷିକେଶ ବେହେରା, ପୂର୍ବତନ ଖେଳାଳି ତଇରୁଲ ହୋଦା, ଚୌଦ୍ୱାର ସ୍ପୋଟର୍‌ସ କାଉନ୍ସିଲ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଅତିଥି ଥିଲେ।
ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ବୌଦ୍ଧ ୩-୨ ଗୋଲରେ ଅନୁଗୋଳକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ବିକ୍ରମ ନାଏକ, ଜୀତେନ୍ଦ୍ର ଦେହୁରିଆ ଓ ସମିର ପ୍ରଧାନ ଏବଂ ପରାଜିତ ଦଳର ଜୀତେନ୍ଦ୍ର ବିରୁଆ ଓ ସୁନ୍ଦର ହାଁସଦା ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଫାଓ ସଦସ୍ୟ ସୌର୍ଯ୍ୟରଞ୍ଜନ ପରିଜା, ଟି. ମୋହନ ରାଓ ଓ ଫାଓ ରେଫରୀ ମୁଖ୍ୟ ଦୁର୍ଗା ମାଧବ ନାଏକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri