Categories: ଖେଳ

ସାହାଣୀ କପ୍‌: ଝାରସୁଗୁଡ଼ା ୩, ବୌଦ୍ଧ ୨

ଭୁବନେଶ୍ୱର, ୧୦।୫ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍‌ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବିଜୟୀ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ଗୋଲଶୂନ୍ୟ ଡ୍ର ରହିଛି। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଝାରସୁଗୁଡ଼ା ୩-୨ ଗୋଲରେ ବୌଦ୍ଧକୁ ପରାସ୍ତ କରିଛି। ଝାରସୁଗୁଡ଼ା ପକ୍ଷରୁ ରୋମି ଓରାମ ୪୫+୧ ଓ ୮୬ତମ ମିନିଟରେ ୨ଟି ଏବଂ ଘାସିରାମ ମାଝି ୧୪ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ବରଗଡ଼ ପକ୍ଷରୁ ଜୀତେନ୍ଦ୍ର ଦେହୁରୀ ୫୨ ଓ ସମୀର ପ୍ରଧାନ ୮୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ସୁନ୍ଦରଗଡ଼-ବରଗଡ଼ ମ୍ୟାଚ କଟକ ଚୌଦ୍ୱାରସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।

Share