ସହରାଟିକ୍ରା ହତ୍ୟା ଘଟଣାର ପର୍ଦ୍ଦାଫାଶ, ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ହତ୍ୟା କରିଥିଲେ ପୁଅ

ଭେଡେନ,୨୯।୫(ସୁଦନ ମହାକୁର):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରାଠାରେ ସୋମବାର ରାତିରେ ଘଟିଥିବା ମଙ୍ଗନିଆ ସେଠ(୫୨) ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ରାତିରେ ଶୋଇଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ନିଶାସକ୍ତ ପୁଅ ନିଜର ବାପାଙ୍କୁ ଏକ ଶକ୍ତ ରସିରେ ଗଳା ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ସୂଚନା ଅନୁସାରେ, ସହରାଟିକ୍ରା ଅରୋ ବିହାର ନିକଟରେ ରହୁଥିବା ମଙ୍ଗନିଆ ସେଠ ସୋମବାର ରାତି ଭୋଜନ ପରେ ପ୍ରବଳ ଗୁଳୁଗୁଳି ଯୋଗୁ ନିଜର ଦଉଡିଆ ଖଟ ନେଇ ଛାତ ଉପରକୁ ଶୋଇବାକୁ ଯାଇଥିଲେ। କିନ୍ତୁ ପରଦିନ ସକାଳୁ ଦୀର୍ଘ ସମୟଧରି ନ ଉଠିବାରୁ ପରିବାର ଲୋକେ ଛାତ ଉପରକୁ ଯାଇଥିଲେ। ମାତ୍ର ଖଟିଆରେ ତାଙ୍କର ମୃତଦେହ ପଡ଼ିଥିବା ଏବଂ ଗଳାରେ ଦାଗ, ଆଣ୍ଠୁରେ ଆଘାତ ଲାଗିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ।
ଖବରପାଇ ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଜରିଆରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ମାତ୍ର ପାରିପାଶର୍‌ବିକ ସ୍ଥିତି, ବାପା, ପୁଅଙ୍କ କଳି, ସ୍ଥାନୀୟ ସରପଞ୍ଚଙ୍କ ବୟାନ ଅନୁଯାୟୀ ତାଙ୍କ ପୁତ୍ର ଗୋପାଳ(୨୮)କୁ ସନ୍ଦେହରେ ଥାନାରେ ଅଟକ ରଖି ଜେରା କରିଥିଲା। ତେବେ ପଚରାଉଚରା ସମୟରେ ଗୋପାଳ ପୋଲିସ ଆଗରେ ସମସ୍ତ ଘଟଣାକ୍ରମ ପ୍ରକାଶ କରିଥିବା ପୋଲିସ କହିଛି। ଏ ନେଇ ମୃତକଙ୍କ ଝିଅ ମାଧବୀଙ୍କ ଏତଲା ଅନୁଯାୟୀ ପୋଲିସ ଦଫା ୩୦୨ରେ ଏକ ମାମଲା ( ନମ୍ବର.୧୬୫।୨୪) ରୂଜୁ କରିଛି। ତେବେ ଘଟଣାର ପର୍ଦ୍ଦାଫାଶ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri