ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ସହଦେବ

ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ଛତିଶଗଡ଼ର ଶିଶୁ ମହାଦେବ ଏବେ ଅଭିନୟ ଦୁନିଆରେ ପାଦ ରଖିବେ ବୋଲି ଜଣାପଡିଛି । ସହଦେବଙ୍କର ଏବେ ବହୁ ପ୍ରଶଂସକ ହୋଇଯାଇଥିବା ବେଳେ ଏବେ ସେ ଚଳଚ୍ଚିତ୍ରରେ କାମ କରିବେ ବୋଲି ଜଣାପଡିଛି । ନିଜ କଣ୍ଠରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ସହଦେବ ନିଜ ରାଜ୍ୟ ଅର୍ଥତ୍ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବାୟୋପିକରେ କାମ କରିବାକୁ ଯାଉଛନ୍ତି । ଏଥିପାଇଁ ନିର୍ଦ୍ଦେଶକ ନିଜେ ତାଙ୍କୁ ଅଭିନୟ ଶିଖାଇବେ ବୋଲି କହିଛନ୍ତି । ନିଜ ରାଜ୍ୟ ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବାୟୋପିକରେ ସହଦେବ ମୁଖ୍ୟମନ୍ତ୍ରୀଙ୍କ ପିଲାଦିନର ଚରିତ୍ର ପ୍ଲେ କରିବେ । ଶୁଣିବାକୁ ମିଳିଛି କି ଅଜିତ ଯୋଗୀଙ୍କ ବାୟୋପିକ ନିର୍ମାଣ କରିବାକୁ କେତେଜଣ ମେକର୍ସ ଆଗେଇ ଆସିଛନ୍ତି । ଆଉ ଏଥିରେ ଅଜିତଙ୍କ ପିଲାଦିନର ଚରିତ୍ର ପାଇଁ ସହଦେବ ଠିକ୍ ଅଭିନୟ କରିବେ ବୋଲି ଜଣାପଡିଛି । ଏହି ଫିଲ୍ମ ପାଇଁ ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀଙ୍କଠାରୁ ପରମିଶନ ନିଆଯାଇଛି । ଏହା ରାଜଶ୍ରୀ ସିନମା ବ୍ୟାନର ତଳେ ପ୍ରସ୍ତୁତ କରାଯିବ । ମନୋଜ ଖରେ, ଅରବିନ୍ଦ କୁର୍ରେ ଫିଲ୍ମର ନିର୍ମାତା ହୋଇଥିବା ବେଳେ ବଲିଉଡ ସିଙ୍ଗର ଉଦିତ ନାରାୟଣ ଏହି ଫିଲ୍ମ ପାଇଁ ଗୀତ ଗାଇ ସାରିଲେଣି ।

Share