ସାହେବ କେନାଲ ଅବରୋଧ, ଚିନ୍ତାରେ ମତ୍ସ୍ୟଜୀବୀ

ଗଞ୍ଜାମ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲ ପ୍ରାୟ ୧୨ କିଲୋମିଟର ଲମ୍ବିଛି। ଏହି କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବାରୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ନେଇ ଚିଲିକା ହ୍ରଦ ଓ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ମତ୍ସ୍ୟଜୀବୀ ଚିନ୍ତିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ପ୍ରଶାସନ ଏ ନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଫଳରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ସେତୁ ନିକଟରୁ ଚିଲିକା ମଧ୍ୟରେ ଅନେକ ସ୍ଥାନରେ ଜାଲ ଦ୍ୱାରା କେନାଲକୁ ଅବରୋଧ କରି ମାଛ ମରାଯାଉଥିବା ଯୋଗୁଁ ଚିଲିକା, ଋଷିକୁଲ୍ୟା ନଦୀ ଓ ସମୁଦ୍ରକୁ ମାଛ, କଙ୍କଡା, ଚିଙ୍ଗୁଡ଼ି ଆଦି ବିଭିନ୍ନ ଜଳଜୀବଗୁଡିକୁ ଯିବା ଆସିବା ନେଇ ବାଧା ସୃଷ୍ଟି ହେଉଛି। ଅନ୍ୟପଟେ ଛୋଟ ଛୋଟ ମାଛ ଚିଙ୍ଗୁଡ଼ି ଓ କଙ୍କଡ଼ା ଜଳଜୀବଗୁଡିକୁ ମାରି ଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ଅନେକ ପ୍ରଜାତିର ମାଛ ଲୋପ ପାଇବାକୁ ବସିଲାଣି। ଚିଲିକା ଓ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ଅନେକ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇ ସମ୍ପ୍ରତି ଦାଦନ ଖଟିବାକୁ ବାଧ୍ୟ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରଶାସନ ମତ୍ସ୍ୟଜୀବୀଙ୍କ ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା...

ଭାଜପା ଟାର୍ଗେଟରେ ୭ ବ୍ଲକର ଅଧ୍ୟକ୍ଷା-ଅଧ୍ୟକ୍ଷ ପଦବୀ: ଅଜ୍ଞାତବାସରେ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ

ଢେଙ୍କାନାଳ,୬ା୧୧(ରତନ ନାୟାର):ଢେଙ୍କାନାଳରେ ଭାଜପା ଟାର୍ଗେଟରେ ୭ଟି ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀ ା ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ବର୍ତ୍ତମାନ ଜିଲାରେ...

ମା’ ତାରାତାରିଣୀଙ୍କୁ ବି ଛାଡ଼ିଲେନି ଚୋର: କବାଟ ଭାଙ୍ଗି ଟଙ୍କା-ଅଳଙ୍କାର ଲୁଟିନେଲେ

ପୁରୁଷୋତ୍ତମପୁର,୬।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମୁଖ୍ୟ ଗେଟର କବାଟକୁ କେହି ଦୁର୍ବୃତ୍ତ...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri