ଶହୀଦ୍‌ ପୁଅକୁ ଝୁରି ଆଖିବୁଜିଲେ ମା’

ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍‌ ସୁଶାନ୍ତ ଖୁଣ୍ଟିଆଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଅସୁସ୍ଥ ଥିବାରୁ ଝିଅ ନିକଟରେ ଭୁବନେଶ୍ୱରରେ ରହି ଛିକିତ୍ସିତ ହେଉଥିଲେ। ସାନପୁଅ ସୁଶାନ୍ତଙ୍କ ଶହୀଦ ଖବର ପାଇ ଘରକୁ ଫେରିଥିଲେ। ଫଳରେ କିଛି ଦିନ ଧରି ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେବା ସହିତ ପୁଅକୁ ହରାଇ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇଯାଇଥିଲେ। ତାଙ୍କ ବିୟୋଗରେ ଆନନ୍ଦପୁରରେ ଶୋକର ଛାୟା ଖେଳିଯାଇଛି।