Categories: ଖେଳ

ସାଇ ଇଣ୍ଟରନ୍ୟାଶନାଲ ବିଜୟୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ସାଇ ଇଣ୍ଟରନ୍ୟାଶନାଲ ଓ ସାଇ ରେସିଡେନ୍ସିଆଲ ସ୍କୁଲ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ସାଇ ଇଣ୍ଟରନ୍ୟାଶନାଲ ୫-୦ ଗୋଲରେ ଟାଇମ୍ସ ଗୁରୁକୂଳକୁ ପରାସ୍ତ କରିଛି। ବିଜୟୀ ଦଳର କୁମାର ଅରମନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜୟଦେବ ବିହାରସ୍ଥିତ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଓ ସାଇ ରେସିଡେନ୍ସିଆଲ ସ୍କୁଲ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚଟି ନିର୍ଦ୍ଧାରିତ ସମୟରେ ଡ୍ର ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ସାଇ ରେସିଡେନ୍ସିଆଲ ୩-୨ ଗୋଲରେ ବିଜୟୀ ହୋଇଥିଲା। ଏହି ଦଳର ତନବିର ବିଶ୍ୱାସ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ଉଭୟ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ମମୁଦ ଟାଇସନ ଓ ହେମେନ୍ଦ୍ର ବେଶ୍ରାଙ୍କୁ ପୁରସ୍କୃତ କରାଯାଇଥିଲା।

Share