ଓଟିଟିରେ ରିଲିଜ୍‌ ହେବ ସାଉଥ୍‌ର ହରର ଫିଲ୍ମ ‘ମସୁଦା’

ମୁମ୍ବାଇ: ହରର ଫିଲ୍ମ ଦେଖୁଥିବା ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର। ସାଉଥର ସବୁଠାରୁ ବଡ଼ ହରର ଫିଲ୍ମ କୁହାଯାଉଥିବା ଫିଲ୍ମ ‘ମସୁଦା’ ହଲ୍‌ ପରେ ବର୍ତ୍ତମାନ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ମସୁଦାର ଅନ୍‌ଲାଇନ ଷ୍ଟ୍ରିମିଂ ଆସନ୍ତା ଡିସେମ୍ବର ୨୧ରୁ ଆହା ଭିଡିଓ ଆପ୍‌ରେ କରାଯିବ। ଯାହାକୁ ଆପଣ ସହଜରେ ଘରେ ବସି ଦେଖିପାରିବେ। ନିକଟରେ ଆହା ଭିଡିଓ ଆପ୍‌ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ଟୁଇଟ କର ଏହି ସୂଚନା ଦେଇଛି। ସୂଚନା ମୁତାବକ, ନିଜ କ୍ୟାରିୟରର ପ୍ରଥମ ଫିଲ୍ମ ‘ମାସୁଦା’ରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ସାଇ କିରଣ ଏହି ଚଳଚ୍ଚିତ୍ର ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହାକୁ ସମସ୍ତ ସମାଲୋଚକ ପ୍ରଶଂସା କରିଥିବା ବେଳେ ଦର୍ଶକମାନେ ମଧ୍ୟ ବହୁ ଭଲ ପାଇବା ଦେଇଛନ୍ତି।

Share