କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ ସମୟରେ ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା ନାଁରେ ହେଉଥିବା ମୋବ ଲିଞ୍ଚିଂ ସହିତ ତୁଳନା କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧର ସ୍ବର ଉଠିଛି।
ନିକଟରେ ଏକ ସାକ୍ଷାତ୍‌କାରରେ ସାଇ କହିଛନ୍ତି, କିଛିଦିନ ପୂର୍ବରୁ ଗୋଟିଏ ଟ୍ରକ୍‌ରେ ଭର୍ତ୍ତି ହୋଇଥିବା ଗାଈଙ୍କୁ ନେଇ ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ମାଡ ମରା ଯାଇଥିଲା। ପରେ ଜୟ ଶ୍ରୀରାମ ବୋଲି ନାରା ଦିଆଯାଇ ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜୟ ଶ୍ରୀରାମ ଜପ କରିବାକୁ ବାଧ୍ୟ କରାଯାଇଥିଲା। ହେଲେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାଇ। କାରଣ ଏ ଦୁଇଟି ଘଟଣା ହେଉଛି ଧାର୍ମିକ ହିଂସା। ମୋ ମତରେ ଏପରି ସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରାଯିବା ଅନୁଚିତ। ମୋତେ ସେହି ଲୋକଙ୍କୁ ରକ୍ଷା କରିବା ପାଇଁ ଶିକ୍ଷା ଦିଆଯାଇଛି, ଯେଉଁମାନେ ସଙ୍କଟରେ ଅଛନ୍ତି ବୋଲି ସାଇ କହିଛନ୍ତି। ପଲ୍ଲବୀଙ୍କର ଏପରି ମନ୍ତବ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ କରାଯାଇଛି।

Share