ନୂଆଦିଲ୍ଲୀ,୧୮।୪: ମଙ୍ଗୋଲିଆରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ସିନିୟର ଏସିଆନ ଚାମ୍ପିୟନଶିପ୍। ଏଥିରେ ଅଲିମ୍ପିକ୍ ପଦକଧାରୀ ରବି ଦାହିୟା ଓ ବଜରଙ୍ଗ ପୁନିଆଙ୍କ ସମେତ ୩୦ ରେସ୍ଲର ଭାଗନେବେ। ଏଥିଲାଗି ସୋମବାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)। ପୁରୁଷ ଫ୍ରିଷ୍ଟାଇଲ ଓ ଗ୍ରୀକୋ-ରୋମାନ ବର୍ଗରେ ୨୦ ଜଣ ଭାଗନେବାକୁ ଥିବା ବେଳେ ୧୦ ମହିଳା କୁସ୍ତିଯୋଦ୍ଧା ଇଭେଣ୍ଟରେ ଅଂଶଗ୍ରହଣ କରିବେ।
”ଉଭୟ ପୁରୁଷ ଓ ମହିଳା ଦଳର ଗସ୍ତ ଲାଗି ସରକାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି“ ବୋଲି ସାଇ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।