Categories: ଖେଳ

ସାଇ ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): କଟକର ସାଇ ସ୍ବସ୍ତିକ ମହାନ୍ତି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ)ର ୧୪ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ-୭) ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସାଇ ସ୍ବସ୍ତିକ ଭୁବନେଶ୍ୱରର ଅଙ୍କିତ ସାହୁଙ୍କୁ ୭-୫, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ବିଡ଼ାନାସୀର ଉର୍ମିଳା ଓ କ୍ଷିତିଶ ମହାନ୍ତିଙ୍କ ପୁତ୍ର ସାଇ ସମ୍ପ୍ରତି ସିଡିଏ ଡିଏଭି ସ୍କୁଲରେ ୭ମ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ। କଟକ ଜିଲା ଟେନିସ ଆସୋସିଏଶନ କୋଚ୍‌ ଲଳିତ ଦାସଙ୍କଠାରୁ ସେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଯୋଗିତାରେ ୬ଟି ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶାରୁ ଖେଳାଳି ଅଂଶଗ୍ରହଣ କରିଥିଲେ।

Share