Categories: ଜାତୀୟ

ସାଇବାବା ଦୋଷମୁକ୍ତ ରାୟ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ,୧୨।୩(ପି.ଟି.): ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଏହା ଉପରେ ସ୍ଥଗିତାଦେଶ ପାଇଁ ମହାରାଷ୍ଟ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ମାର୍ଚ୍ଚ ୫ ରାୟ ବିରୋଧରେ ସରକାରଙ୍କ ଅପିଲ୍‌କୁ ଶୁଣାଣି ପାଇଁ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦିପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ତ୍ୱରିତ୍‌ ଶୁଣାଣି ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁଙ୍କ ଅନୁରୋଧକୁ ମଧ୍ୟ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

Share