Categories: ଖେଳ

ସାଇଦୀପଙ୍କ ଶତକ: କଟକ ‘ଏ’ ଦୃଢ଼

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୨ ଦିନିଆ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ସାଇଦୀପ ମହାପାତ୍ରଙ୍କ ଶତକ ଏବଂ ସୌଭାଗ୍ୟ ମିଶ୍ରଙ୍କ ଦୃଢ଼ ବ୍ୟାଟିଂ ବଳରେ କଟକ ‘ଏ’ ପ୍ରଥମ ଦିବସ ଖେଳ ଶେଷସୁଦ୍ଧା ୯୦ ଓଭରରେ ୭ ଉଇକେଟ ହରାଇ ୩୬୧ ରନ ସଂଗ୍ରହ କରିଛି। ସାଇଦୀପ ୨୧୯ ବଲ୍‌ରୁ ୧୭୬ ରନର ଇନିଂସ ଖେଳିଥିବାବେଳେ ସୌଭାଗ୍ୟ ୮୬ ରନ ସ୍କୋର କରିଛନ୍ତି। ଅବଶିଷ୍ଟ ଓଡ଼ିଶା ‘ଡି’ ପକ୍ଷରୁ ଜାମଳା ଭଞ୍ଜନ ମହାପାତ୍ର ୩ଟି ଓ ମିଲନ ସାମଲ ୨ଟି ଉଇକେଟ ନେଇଛନ୍ତି। ଟସ୍‌ ଜିତି ଓଡ଼ିଶା ‘ଡି’ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ମାତ୍ର ପିଚ୍‌ରୁ ସମ୍ପୂର୍ଣ୍ଣ ଫାଇଦା ଉଠାରେ ସାଇଦୀପ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ।

Share