ନୂଆ ଅତିଥି ଆସିବା ପୂର୍ବରୁ ଡ୍ରିମହୋମକୁ ସିଫ୍ଟ କରିବେ ବେବୋ

ମୁମ୍ବାଇ: ବଲିଉଡ୍ ବିୟୁଟି କରିନା କପୁର ଖାଁ ପୁଣିଥରେ ମା’ ହେବାକୁ ଯାଉଛନ୍ତି । ହେଲେ ଦ୍ୱିତୀୟ ସନ୍ତାନ ଆସିବା ପୂର୍ବରୁ କରିନା ଓ ପତି ଶୈଫ ଅଲି ଖାଁ ତାଙ୍କ ଡ୍ରିମ ହୋମ୍‌କୁ ସିଫ୍ଟ କରିବେ ବୋଲି କିଛିଦିନ ତଳେ କରିନାଙ୍କ ପିତା ରଣଧିର କପୁର ସୂଚନା ଦେଇଥିଲେ । ଏବେ ଶୁଣିବାକୁ ମିଳିଛି କି ଏହି ଦମ୍ପତି ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଲେଣି । ଏବେ ସେମାନେ ପରିବାର ସହ ଫର୍ଚ୍ୟୁନ ହାଇଟ୍ସରେ ରହୁଛନ୍ତି ଏହାପରେ ସେମାନେ ସତଗୁରୁ ଶରଣ ନାମକ ଏକ ୪ ମହଲା ବିଲଡିଂକୁ ସିଫ୍ଟ କରିବେ । ଶୈଫିନାଙ୍କ ଘରର ଇଣ୍ଟରିୟର ଡିଜାଇନ କରୁଥିବା ଦର୍ଶନୀ ଶାହା କୁହନ୍ତି ନୂଆ ଘର ସମ୍ପୂର୍ଣ୍ଣଭାବେ ପୁରୁଣା ମାନେ ଫର୍ଚ୍ୟୁନ ହାଇଟ୍ସ ଡିଜାଇନ ଭଳି ହୋଇଛି ଓ ଏଥିରେ ଆଉ କିଛି ନୂଆ ସୁବିଧା ରହିଛି । ଏମାନେ ଫର୍ଚ୍ୟୁନ ହାଇଟ୍ସରେ ଖୁବ୍ କମ୍ଫଟେବଲ ଥିବାରୁ ସେହି ପୁରୁଣା ଡିଜାଇନକୁ ଆପଣାଇଥିବା ଦର୍ଶନୀ କହିଛନ୍ତି । ନୂଆ ଘରେ ତୈମୁରଙ୍କ ପାଇଁ ଅଲଗା ରୁମ ଥିବା ବେଳେ ସମସ୍ତଙ୍କ ପାଇଁ ଅଲଗା ଅଲଗା ରୁମ୍ ରହିଛି । ଏହାସହ ବେବି ନର୍ସରୀ, ସୁଇମିଂ ପୁଲ, ଜିମ, ଆଉଟଡୋର ଏରିଆ, ଓପନ ସ୍ପେସ ସବୁର ବ୍ୟବସ୍ଥା କରାଯାଇଛି । ଏହାସହ ଖୁବ୍ ସୁନ୍ଦର ଫର୍ଣ୍ଣିଚର ଓ ଲାଇବ୍ରେରୀର ବ୍ୟବସ୍ଥା ମଧ୍ୟ ରହିଛି । କିଛିଦିନ ତଳେ ଶୈଫ ଓ କରିନା ତାଙ୍କ ପୈତୃକ ଘର ପଟୌଦି ପ୍ୟାଲେସର ରିନୋଭେଶନ କରିଥିଲେ । ଏହା ୧୦୦ ବର୍ଷ ପୁରୁଣା ହେଲେ ବି ଆଜିବି ଏହା ତା’ର ଚମକ ହରାଇ ନାହିଁ ବୋଲି କୁହାଯାଏ ।

Share