ଚାଷ ଜମିରେ ପିତାଙ୍କ ସହ ନଜର ଆସିଲେ ତୈମୁର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ଶନିବାର ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଓ ତାଙ୍କ ପୁଅ ତୈମୁର ଅଲ୍ଲି ଖାଁ ହରିୟାଣା ପାଟାଉଡିସ୍ଥିତ ଫାର୍ମ ହାଉସରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତୈମୁର ଏକ ଚାଷ ଜମିରେ କାଦୁଅ ପାଣିରେ ଠିଆ ହୋଇଥିବା ଦେଖାଯାଇଛି। ସେହିପରି ପିତା ଶୈଫ ମଧ୍ୟ ଚାଷ ଜମିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋରେ ଶୈଫ ପଙ୍କ କାଦୁଅ ହୋଇଥିବା ଦେଖିବାକୁ ମିଳିଛି। ତୈମୁର ଏକ ଧଳା ଟି-ଶାର୍ଟ ପିନ୍ଧିଥିବାବେଳେ ଶୈଫ ଏକ କଳା ରଙ୍ଗର ଟି-ଶାର୍ଟ ସହିତ ଧଳା ରଙ୍ଗର ଟ୍ରାଉଜର ପିନ୍ଧିଥିବା ଫଟୋରେ ନଜର ଆସିଛନ୍ତି।

Share