ଲକ୍‌ଡାଉନରେ ଏହିସବୁ କାମ କରୁଥିଲେ ସୈଫ୍‌

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ମାଧ୍ୟମରେ ବିଗତ ଅନେକ ବର୍ଷ ଧରି ଲୋକଙ୍କୁ ହସାଉଛନ୍ତି। କପିଲଙ୍କ ଏହି ଶୋ’କୁ ଲୋକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ଏହି ଶୋ’ରେ ଅତିଥି ଭାବେ ପହଞ୍ଚିଥିଲେ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏହି ଶୋ’ରେ ଯୋଗ ଦେଇଥିଲେ। ଏହି ଏପିସୋଡର ପ୍ରୋମୋ ଭିଡିଓ ୟୁଟ୍ୟୁବରେ ଶେୟାର କରାଯାଇଥିଲା। ଭିଡିଓରେ ଦେଖାଯାଇଛି ଯେ କପିଲ ସୈଫଙ୍କୁ ଲକଡାଉନରେ କଣ କରୁଥିଲେ ବୋଲି ପଚାରିଥିଲେ। ଏହାର ଜବାବରେ ସୈଫ କହିଥିଲେ ପ୍ରଥମ ଲକଡାଉନରେ ଫ୍ରେଞ୍ଚ ଏବଂ ରୋଷେଇ ଶିଖିଲେ ଏବଂ ଦ୍ୱିତୀୟ ଲକଡାଉନରେ ପିଲା। ଚଳିତ ବର୍ଷ ଫେବୃଆରୀରେ ସୈଫ ଦ୍ୱିତୀୟ ପୁତ୍ର ଜାହାଙ୍ଗୀର ଜନ୍ମ ହୋଇଥିଲେ।
ଫିଲ୍ମ ‘ଭୁତ ପୋଲିସ’ ଓଟିଟିରେ ମୁକ୍ତିଲାଭ କରିଛି। ଫିଲ୍ମଟି ମଧ୍ୟ ଭଲ ପ୍ରତିକ୍ରିୟା ପାଇଥିବା ଜଣାପଡିଛି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବ୍ୟତୀତ ଅର୍ଜୁନ କପୁର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Share