Advertisement

କରିନାଙ୍କ ପାଇଁ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ବମ୍ବେ: ଆଜି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ହାପି ବର୍ଥ ଡେ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ ‘ବେଖୁଦି’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୨ରେ କରିନା କପୁରଙ୍କୁ ବିବାହ କରିବାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ଏପରିକି କରିନାଙ୍କୁ ପାଇବା ପାଇଁ ସେ ହାତ ମଧ୍ୟ କାଟିବାକୁ ପଛାଇ ନ ଥିଲେ।

କରିନାଙ୍କ ସହ ସୈଫ ଜେପି ଦତ୍ତାଙ୍କ ଫିଲ୍ମ ଏଲ୍‌ଓସି କାରଗିଲରେ କାମ କରିଥିଲେ। ପରେ କୁରବାନ୍‌ ଏବଂ ଟଶନ୍‌ରେ ନଜର ଆସିଥିଲେ। ହେଲେ ଟଶନ୍‌ ଫିଲ୍ମ ଶୁଟିଂ ବେଳେ ଉଭୟଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଥିଲା।

ଗ୍ରୀସ୍‌ରେ ଶୁଟିଂ ଚାଲୁଥିବା ସମୟରେ ସୈଫଙ୍କ ଜଣେ ବନ୍ଧୁ କରିନାଙ୍କ ପାଇଁ ତୁମେ କ’ଣ କରିପାରିବ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସୈଫ୍‌ ହାତ କାଟି ଦେଇଥିଲେ।

ଏବେ ସୁନ୍ଦର ବୈବାହିକ ଜୀବନ କାଟୁଛନ୍ତି ସୈଫ। କରିନା ପୁଣି ଥରେ ମା’ ହେବାକୁ ଯାଉଥିବାରୁ ଖୁବ୍‌ଶୀଘ୍ର ସୈଫ୍‌ଙ୍କ ଘରକୁ ଅତିଥି ଆସିବ ବୋଲି ଚର୍ଚ୍ଚା ହେଉଛି। ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share