ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ହେଲେ ଏହି ସମୟରେ ପଟୌଦି ଖାନଦାନର ଛୋଟେ ନଓ୍ବାବ ତଥା ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ନିଜ ପରିବାର ସହ ବାହାରେ ବୁଲିବାକୁ ବାହାରି ପଡିଥିଲେ। ଶୈଫ, ପତ୍ନୀ କରିନା କପୁର ଖାଁ ଓ ପୁଅ ତୈମୁର ଅଲି ଖାଁଙ୍କୁ ମୁମ୍ବାଇର ମେରାଇନ ଡ୍ରାଇଭରେ ବୁଲୁଥିବାର ଦେଖାଯାଇଥିଲା। ହେଲେ ଏହି ସମୟରେ ଏମାନେ ବିନା ମାସ୍କରେ ବାହାରେ ବୁଲୁଥିବାରୁ ଟ୍ରୋଲର ଶିକାର ହୋଇଛନ୍ତି। ଏହା ଏବେକାର ଘଟଣା ହୋଇ ନ ଥିବା ବେଳେ ଏହାକୁ ନେଇ ଏବେ କିନ୍ତୁ ସଫେଇ ଦେଇଛନ୍ତି ଛୋଟେ ନଓ୍ବାବ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଆମେ ପାଖାପାଖି ୩ ମାସ ଘରେ ବସିବା ପରେ ତୈମୁରକୁ ନେଇ ଟିକେ ବାହାରକୁ ବୁଲିବାକୁ ଯାଇଥିଲୁ। ହେଲେ ଆମ ନିକଟରେ ମାସ୍କ ଥିଲା କିନ୍ତୁ ଆମେ ଯେଉଁ ସ୍ଥାନରେ ଥିଲୁ ସେ ସ୍ଥାନରେ କେହି ନ ଥିବାରୁ ଆମେ ମାସ୍କ ପିନ୍ଧି ନ ଥିଲୁ। କିନ୍ତୁ ଯେତେବେଳେ ସେଠି ଲୋକ ସଂଖ୍ୟା ବଢିଲା ସେତେବେଳେ ଆମେ ସେଠାରୁ ଚାଲି ଆସିଥିଲୁ। ଆମେ ଆଇନର ବିରୋଧରେ କେବେ ଯାଇନୁ କି ଯିବାକୁ ଚେଷ୍ଟା କରିନୁ। ଆମେ ଜଣେ ଜଣେ ସଚେତନ ନାଗରିକ ବୋଲି ଶୈଫ କହିଛନ୍ତି।

Share