ମହାଭାରତରେ ଅଭିନୟ କରିବାକୁ ଚାହୁଛନ୍ତି ଶୈଫ, ଡ୍ରିମ ରୋଲକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ: ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ରିଲିଜ୍ ହୋଇଛି । ଏଥିରେ ତାଙ୍କ ସହ ହ୍ରିତିକ ରୋଶନ ଲିଡ ରୋଲରେ ନଜର ଆସିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଭଲ ପ୍ରଦର୍ଶନ କରିପାରି ନାହିଁ । ଏବେ ସେ ଖୁବଶୀଘ୍ର ‘ଆଦିପୁରୁଷ’ରେ ନଜର ଆସିବେ । ଏହି ଫିଲ୍ମର ଟିଜର ନିକଟରେ ରିଲିଜ ହେଇଥିବା ବେଳେ ଶୈଫ ସେଥିରେ ରାବଣ ଭୂମିକାରେ ନଜର ଆସିଛନ୍ତି । ନିକଟରେ ଶୈଫ ତାଙ୍କ ଡ୍ରିମ ରୋଲକୁ ନେଇ ଏମିତି କଥା କହିଛନ୍ତି ଯାହାକୁ ଶୁଣିଲେ ତାଙ୍କ ପ୍ରଶଂସକ ଚମକି ପଡିବେ ନିଶ୍ଚ୍ରୟ । ଏକ ସାକ୍ଷାତକାରରେ ସେ ତାଙ୍କ ରୋଲକୁ ନେଇ କଥା ହୋଇଛନ୍ତି ।
ବଲିଉଡ ବବଲ୍ସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଶୈଫ ତାଙ୍କ ଡ୍ରିମ ରୋଲ ବିଷୟରେ କହିଛନ୍ତି, ମୁଁ ଏମିତି କେବେ ଭାବି ନାହିଁ । ମୁଁ କେବଳ ତାହା ଚିନ୍ତା କରିଥାଏ ଯାହା ମୋତେ ଅଫର କରାଯାଇଥାଏ । ମୋର କିଛି ଡ୍ରିମ ସବଜେକ୍ଟ ନାହିଁ । ମୋତେ ଳାଗୁନି ଏ ବିଷୟରେ ଚିନ୍ତା କରିବାକୁ କିଛି ପଏଣ୍ଟ ରହିଛି । ମୁଁ କିନ୍ତୁ ମହାଭାରତରେ କାମ କରିବାକୁ ଚାହୁଁଛି । ହଁ ଯଦି କେହି ଏହାକୁ ‘ଲର୍ଡ ଅଫ ଦ ରିଙ୍ଗସ’ ଭଳି ନିର୍ମାଣ କରନ୍ତି । ଆମେ ଏ ସମ୍ପର୍କରେ ଅଜୟ ଦେବଗନଙ୍କ ସହ ‘କଚ୍ଚେ ଧାଗେ’ ସମୟରୁ କଥା ହେଉଛୁ । ଆମ ଜେନରେଶନରେ ଏହା ଡ୍ରିମ ସବଜେକ୍ଟ ।
ଆମେ ବଲିଉଡ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକାଠି ଆଣିପାରିବା ଯଦି ଏହା ସମ୍ଭବ ହୁଏ । କରଣ ଚରିତ୍ର ମୋ ପାଇଁ ବହୁତ ଅପିଲିଂ ଓ ଖୁବ୍ ସୁନ୍ଦର ଚରିତ୍ର । ସୂଚନାଯୋଗ୍ୟ, ଶୈଫ ଅଲ୍ଲିଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷର ଟିଜର ନିକଟରେ ଅଯୋଧ୍ୟାରେ ରିଲିଜ କରାଯାଇଛି । ଏଥିରେ ସାଉଥ୍ ଷ୍ଟାର ପ୍ରଭାସ ଭଗବାନ ରାମ ଓ ଶୈଫ ରାବଣ ଭୂମିକାରେ ନଜର ଆସିଛନ୍ତି । ଶୈଫଙ୍କ ଲୁକକୁ ନେଇ ଟିଜରକୁ ଟ୍ରୋଲ କରାଯାଉଛି । ବିଏଫଏକ୍ସ ଯୋଗୁ ଦର୍ଶକେ ଏହାକୁ ଆଦୌ ପସନ୍ଦ କରୁ ନାହାନ୍ତି । ଏବେଠାରୁ ଏହାକୁ ବୟକଟ କରିବାକୁ ଦାବି ହେଲାଣି ।

Share