ପୋଷାକ ଖୋଲିବା ପୂର୍ବରୁ ଏହି ସର୍ତ୍ତ ରଖିଥିଲେ ସୈଫ୍‌ ଅଲ୍ଲୀ ଖାନ୍‌: ଜାଣନ୍ତୁ…

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏକ ଟକ୍‌ ଶୋ’ରେ ନିଜ ଅଭିନୟ ଜୀବନ ସହ ଜଡିତ ଅନେକ ରାଜ୍‌ ଖୋଲିଛନ୍ତି। ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ସୁପରହିଟ୍‌ ଫିଲ୍ମ ‘ରକ୍‌ଷ୍ଟାର’ ପ୍ରଥମେ ତାଙ୍କୁ ଅଫର୍‌ କରାଯାଇଥିଲା। ମାତ୍ର ସେ ଏଥିରେ କାମ ନ କରିବାରୁ ଏହା ରଣବୀର କପୁରଙ୍କ ହାତକୁ ଚାଲିଯାଇଥିଲା ବୋଲି ସୈଫ୍‌ କହିଛନ୍ତି। ଆହୁରି ମଧ୍ୟ ସେ ଫିଲ୍ମ ‘ଓମ୍‌କାରା’ ବିଷୟରେ କଥା ହୋଇଛନ୍ତି। ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କର ପ୍ରଶଂସା କରି ସେ କହିଛନ୍ତି ଏକ ଦୃଶ୍ୟରେ ତାଙ୍କୁ ଲମ୍ବା ସଂଳାପ କହିବାର ଥିଲା। ଏତେ ଲମ୍ବା ସଂପାଳ ଶୁଣିଲେ ଦର୍ଶକ ବିରକ୍ତ ହେବେ। ତେଣୁ ଉକ୍ତ ସଂଳାପକୁ କହିବା କରିବର୍ତ୍ତେ ସେଥିରେ କେବଳ ଅଭିନୟ କରିବାକୁ ପାଇଁ ନିର୍ଦ୍ଦେଶକ ତାଙ୍କୁ କହିଛନ୍ତି। ଏହି ଦୃଶ୍ୟର ଶୁଟିଂ ସୈଫ୍‌ଙ୍କୁ ପୋଷାକ ଖୋଲି କରିବାର ଥିଲା। ଏଥିପାଇଁ ସୈଫ୍‌ ରାଜି ହୋଇଯାଇଥିଲେ। ହେଲେ ସେ ସର୍ତ୍ତ ରଖିଥିଲେ ଯେ, ବିଶାଲ ମଧ୍ୟ ପୋଷାକ ଖୋଲି ଉକ୍ତ ଦୃଶ୍ୟର ଶୁଟିଂ କରିବେ। ମାତ୍ର ବିଶାଲ ଏଥିରେ ରାଜି ହୋଇ ନ ଥିଲେ। କିନ୍ତୁ ସୈଫ୍‌ଙ୍କୁ ପୋଷାକ ଖୋଲି ଉକ୍ତ ଦୃଶ୍ୟର ଶୁଟିଂ କରିବାକୁ ପଡ଼ିଥିଲା।

Share