ଆୱାର୍ଡ ଶୋ’କୁ ନେଇ ରାଗିଲେ ଶୈଫ

ମୁମ୍ବାଇ: ବଲିଉଡ୍ ନୱାବ ଶୈଫ ଅଲି ଖାଁ ଖୋଲାଖୋଲି କଥା ହେବାକୁ ପସନ୍ଦ କରନ୍ତି । ନେପୋଟିଜମକୁ ନେଇ ନିଜର ମତ ରଖିଥିବା ଏହି ନାୟକ ଏବେ ଆୱାର୍ଡ ଶୋ’କୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ଆୱାର୍ଡ ସୋ ହେଉଛି ଏକ ତମାସା । ତାଙ୍କର ଏହି ଆୱାର୍ଡ ଶୋ’ ଊପରୁ ସମ୍ପୂର୍ଣ୍ଣ ରୂପେ ଭରସା ହଟି ଯାଇଛି ବୋଲି ସେ କହିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ ଆୱାର୍ଡ ଶୋ’କୁ ନେଇ ଶୈଫ ଯାହା କହିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ସେ କହିଛନ୍ତି ତାଙ୍କ ଅଭିନୀତ ଫିଲ୍ମ ହମ ତୁମ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ହେଲେ କେତେ ଲୋକଙ୍କ ନଜରରେ ସେ ଏହାପାଇଁ ଯୋଗ୍ୟ ନ ଥିଲେ । ସେ ମଧ୍ୟ ମାନିଛନ୍ତି କ୍‌ିଛି ବର୍ଷ ହେବ ସେ ନିଜକୁ ପ୍ରମାଣ କରି ପାରି ନାହାନ୍ତି ବା କିଛି ଭଲ ଫିଲ୍ମରେ କାମ କରି ନାହାନ୍ତି । ହେଲେ ବି ଆୱାର୍ଡ େ ଶା’କୁ ନେଇ ତାଙ୍କର ମତ ବଦଳି ନାହିଁ । ସେ କହିଛନ୍ତି ଏବେ ଆୱାର୍ଡ ଶୋ’ କରାଯାଉଛି କେବଳ ଟଙ୍କା ରୋଜଗାର କରିବାକୁ । ସବୁକିଛି ସେଠି କର୍ମର୍ସିଆଲ ହୋଇଯାଇଛି । କଳାକାର ଷ୍ଟେଜରେ ପରଫର୍ମ କରିବାକୁ ବି ଟଙ୍କା ନେଉଛନ୍ତି । ବର୍ତ୍ତମାନ ଶୈଫଙ୍କର ଏହି ବୟାନ ଚର୍ଚ୍ଚାକୁ ଆସିଯାଇଛି । କାରଣ ସେ ବଲିଉଡ୍‌ର ଜଣେ ନାମୀ କଳାକାର ହୋଇଥିବା ବେଳେ ତାଙ୍କର ବେଶ୍‌କିଛି ଦିନର ଅଭିଜ୍ଞତା ମଧ୍ୟ ରହିଛି । ଏହାସହ ସେ ସବୁକଥା ରୋକ୍‌ଠୋକ କହୁୁଥିବାରୁ ଏବେ ତାଙ୍କ କଥାକୁ ଅବିଶ୍ୱାସ କରାଯାଇ ନ ପାରେ ବୋଲି କୁହାଯାଉଛି ।

Share