ଶାହାରୁଖ୍‌ଙ୍କ ଝିଅକୁ ସମର୍ଥନ କଲେ ସୈଫ୍‌ଙ୍କ ପୁଅ

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ସୁହାନାଙ୍କ ରଙ୍ଗକୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ତାଙ୍କୁ କାଳି ଏବଂ ଅସୁନ୍ଦର ବୋଲି କହିଥିଲେ। ଏ ନେଇ ସୁହାନା ମେସେଜ୍‌ ମାଧ୍ୟମରେ ସେମାନଙ୍କୁ କଡ଼ା ଜବାବ ମଧ୍ୟ ଦେଇ ସାରିଛନ୍ତି। ମୁଁ ମୋ ରଙ୍ଗକୁ ନେଇ ବହୁତ ଖୁସି ଅଛି ବୋଳି ସୁହାନା କହିଥିଲେ। ଏଥିରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ସୁହାନାଙ୍କୁ ସମର୍ଥନ କରିଛନ୍ତି। ସେ ସୁହାନାଙ୍କ କମେଣ୍ଟରେ ହାତ ଉଠାଇବା ଏକ ଇମୋଜି ପୋଷ୍ଟ କରିଛନ୍ତି। କୌଣସି କଥାକୁ ସପୋର୍ଟ କରିବା ସମୟରେ ଏହି ଇମୋଜିକୁ ବ୍ୟବହାର କରାଯାଇଥାଏ। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ମଧ୍ୟ ସୁହାନାଙ୍କୁ ସମର୍ଥନ କରି ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

Share