ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତା ସୈଫ ଅଲି ଖାଁଙ୍କ ପୁଅ ଇବ୍ରାହିମ ଅଲି ଖାଁ। ନିର୍ମାତା କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏକ ନୂଆ ଫିଲ୍ମ ଉପରେ କାମ କରୁଛି। ଉକ୍ତ ଫିଲ୍ମରେ ଇବ୍ରାହିମ୍‌ ଡେବ୍ୟୁ କରିବେ। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।
ଅନ୍ୟ ଷ୍ଟାର କିଡ୍ସଙ୍କ ଭଳି ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ଇବ୍ରାହିମ୍‌। କେବେ ସେ ବଲିଉଡ୍‌ରେ କାମ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇ ଆସୁଥିଲେ। ଏହା ଖୁବ୍‌ଶୀଘ୍ର ପୁରଣ ହେବାକୁ ଯାଉଛି। ତେବେ ଇବ୍ରାହିମ୍‌ ଏବେ କରନ୍‌ଙ୍କ ଫିଲ୍ମ ‘ରକି ଆଣ୍ଡ ରାନୀ କି ପ୍ରେମ କାହାନୀ’ରେ ସହ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

Share