ହସ୍ପିଟାଲରେ ପହଞ୍ଚିଥିଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୭ ମାସ ଚାଲିଛି। ନିକଟରେ ସୈଫ୍‌ ହିମାଞ୍ଚଳପ୍ରଦେଶରେ ତାଙ୍କର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ର କରୁଥିବା ବେଳେ କରିନା(ବେବୋ) ପୁଅ ତୈମୁରଙ୍କ ସହ ସେଠାରେ ପହଞ୍ଚିଥିଲେ। ୨୪ଦିନ ସେଠାରେ ଛୁଟି କାଟିବା ପରେ ମୁମ୍ବାଇ ଘରକୁ ଫେରିଛନ୍ତି। ନିକଟରେ କରିନାଙ୍କୁ ସୈଫ୍‌ଙ୍କ ସହ ଏକ କ୍ଲିନିକ ବାହାରେ ଦେଖିବାକୁ ମିଳିଥିଲା। ଏହା ପରେ କରିନାଙ୍କ ଡେଲିଭରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ କରିନା ରୋଟିନ୍‌ ଚେକ୍‌ଅପ୍‌ ପାଇଁ କ୍ଲିନିକ୍‌ରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଅବସରରେ କରିନା ବହୁତ ସୁନ୍ଦର ଦେଖାଯାଉଥିଲେ। ଲାଇଟ୍‌ ନିଳ ରଙ୍ଗର ଏକ ପୋଷାକ ବିନ୍ଧିଥିବା ବେଳେ ବହୁତ ମୋଟା ହୋଇଯାଇଥିବା ମଧ୍ୟ ଜଣାପଡୁଛନ୍ତି।

Share