କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍‌ଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ କରିନା କପୁର ଖାନଙ୍କ ସହିତ ତାଙ୍କ ସମ୍ପର୍କ ଖୁବ ଫ୍ରେଣ୍ଡଲି ବୋଲି କହିଛନ୍ତି ସାରା ଅଲ୍ଲୀ ଖାନ। ସାରା କେବେବି କରିନାଙ୍କୁ ‘ମମ୍ମି’ ବା ‘ମାମା’ ବୋଲି ଡାକନ୍ତି ନାହିଁ। କରିନା ସାରାଙ୍କ ମୁହଁରୁ ସେଭଳି ସମ୍ବୋଧନ ବି ଚାହାଁନ୍ତି ନାହିଁ। ଏକଥା ବହୁ ଦିନ ଆଗରୁ ସ୍ପଷ୍ଟ କରିଛନ୍ତି କରିନା। ସାରା କେବେ ବି କରିନାଙ୍କଠାରୁ ଆକ୍ଟିଂ ଟିପ୍ସ ନିଅନ୍ତି ନାହିଁ। ସୈଫ୍‌ କରିନାଙ୍କ ବିବାହ ପରେ ଥରେ ପିତାଙ୍କୁ ଭେଟିବାକୁ ଯାଇଥିଲେ ସାରା। ଏହି ସମୟରେ ସାରା କରିନାଙ୍କୁ ଆଣ୍ଟି ବୋଲି ସେ ଡାକିଦେଇଥିଲେ। ଏଥିରେ ସୈଫ୍‌ ରାଗିଯାଇଥିଲେ। ସେ ସାରାଙ୍କୁ ତାଗିଦ କରି କହିଥିଲେ ତୁମେ ଆଣ୍ଟି ନ ଡାକି ତାଙ୍କ ନାଁ ଧରି ଡାକ। ସେହି ଦିନଠାରୁ ସାରା କରିନାଙ୍କୁ କେ ବୋଲି ଡାକନ୍ତି।

Share