Advertisement

ସୈଫ୍‌ଙ୍କୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗରୁ ମହିଳା ଗିରଫ

ଚେନ୍ନାଇ, ୨୮ା୧ (ପି.ଟି.): ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଜାରି ରହିଛି। ପୂର୍ବରୁ ପୋଲିସ ଏହି ମାମଲାରେ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦଙ୍କୁ ଗିରଫ କରିଥିଲା। ସୋମବାର ମୁମ୍ବାଇ ପୋଲିସ ଶରିଫୁଲଙ୍କ ସହ ସମ୍ବନ୍ଧିତ ଥିବା ଜଣେ ମହିଳାଙ୍କୁ ପଶ୍ଚିମବଙ୍ଗର ନଦିଆ ଜିଲାର ଛପ୍ରାରୁ ଗିରଫ କରିଛି। ଶରିଫୁଲ ଯେଉଁ ସିମ୍‌ କାର୍ଡର ବ୍ୟବହାର କରୁଥିଲେ ତାହା ଉକ୍ତ ମହିଳାଙ୍କ ନାମରେ ପଞ୍ଜୀକୃତ ଥିବା ପୋଲିସ କହିଛି। ରବିବାର ମୁମ୍ବାଇ ପୋଲିସର ୨ ସଦସ୍ୟବିଶିଷ୍ଟ ଏକ ଟିମ୍‌ ଶରିଫୁଲଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ମୁମ୍ବାଇ ଗସ୍ତ କରି ମାମଲାର ତଦନ୍ତ ଚଳାଇଛି। ଉକ୍ତ ମହିଳାଙ୍କୁ ରିମାଣ୍ଡରେ ନେବା ପାଇଁ ମୁମ୍ବାଇ ପୋଲିସ କୋର୍ଟଙ୍କ ନିକଟରେ ଆବେଦନ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share