ଶେଷରେ ବୁଝିଲେ ସୈଫ

ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶନାରେ ୨୦୦୧ରେ ପରଦା ଉପରକୁ ଆସିଥିଲା ‘ଦିଲ୍‌ ଚାହତା ହୈ’। ଏହି ଫିଲ୍ମରେ ଆମୀର ଖାଁ, ସୈଫ୍‌ ଅଲ୍ଲୀ ଖାଁ , ଅକ୍ଷୟ ଖାନ୍ନା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାରା ଜୈସଓ୍ବାଲ ଭୂମିକାରେ ଅଭିନୟ କରିଥିଲେ ଡିମ୍ପଲ କାପାଡିଆ। ଫିଲ୍ମର ଶୁଟିଂ ସମୟରେ ନିଜ ଭୂମିକାକୁ ନେଇ ସୈଫଙ୍କ ମନରେ କିଛି ପ୍ରଶ୍ନବାଚୀ ଉଠିଥିଲା। ତା’ପରେ ସେ ଏହାର ଉତ୍ତର ଖୋଜିବା ଆରମ୍ଭ କରିଥିଲେ। ବିଚଳିତ ସୈଫଙ୍କ ମନରେ ଉଙ୍କି ମାରିଥିବା ଏଭଳି ସନ୍ଦେହର କୁହେଳିକାକୁ ପ୍ରସମିତ କରିବାକୁ ଚେଷ୍ଟା କରିଥିଲେ ନିର୍ଦ୍ଦେଶକ। ହେଲେ ସେ ଏଥିରେ ସଫଳ ହୋଇପାରି ନ ଥିଲେ। ଶେଷରେ ସୈଫଙ୍କ ସହ ଡିମ୍ପଲ ଏ ନେଇ ଆଲୋଚନା କରିବା ପରେ ଘଟଣାଟିର ପରିସମାପ୍ତି ଘଟିଥିଲା। ସୈଫଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୧୦ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା।

Share