ଏହି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ବେଳେ ଡରି ଯାଇଥିଲେ ସୈଫ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର ବବ୍‌ଲି-୨’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି ଲୁକ୍କାୟିତ କଥା ଖୁଲାସା କରିଛନ୍ତି।

ଏକଥା ରାଣୀ ଏବଂ ସୈଫ୍‌ ୟଶରାଜ ଫିଲ୍ମର ଏକ ୟୁଟ୍ୟୁବ୍‌ ଭିଡିଓରେ ଆସି କହିଛନ୍ତି। ସୈଫ୍‌ଙ୍କୁ ଏହି ଭିଡିଓରେ ରାଣୀ ପଚାରୁଛନ୍ତି, ତୁମର ମନେ ଅଛି ତ ‘ହମ୍‌ ତୁମ୍‌’ ଫିଲ୍ମ ଶୁଟିଂ ସେଟ୍‌ରେ ମୋତେ କିସ୍‌ କରିବାକୁ ଅସହଜ ମନେ କରିଥିଲ। ତେବେ କାହିଁକି ଏମିତି ଅସହଜ ବୋଧ ମନେ କଲ ଦର୍ଶକଙ୍କୁ କୁହ। ଏହା ପରେ ସୈଫ୍‌ କହିଥିଲେ, ମୋତେ ପଚାରନି କାହିଁକି କିନ୍ତୁ ଡାଇରେକ୍ଟର କହିବାରୁ ମୁଁ ଏହି ସିନ୍‌ କରିଥିଲି।

ସୈଫ୍‌ କହିଛନ୍ତି, ସେ ରାଣୀଙ୍କ ସହିତ ବହୁତ ଫିଲ୍ମରେ କାମ କରିଛନ୍ତି। ୨୦୦୪ରେ ଦୁଇଜଣ ପ୍ରଥମଥର ପାଇଁ ଫିଲ୍ମ ‘ହମ୍‌ ତୁମ୍‌’ରେ କାମ କରିଥିଲେ। ଏହା ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ଥିଲା। ଏହି ଫିଲ୍ମରେ ଦୁହିଁଙ୍କର ଏକ କିସ୍‌ ସିନ୍‌ ଥିଲା। ଯାହାକୁ ସୈଫ୍‌ ଆଜିପର୍ଯ୍ୟନ୍ତ ଫିଲ୍ମରେ ଖରାପ ଇତିହାସ କହୁଛନ୍ତି। ସୈଫ୍‌ କହିଛନ୍ତି, କିସ୍‌ ସିନ୍‌ ଶୁଟ୍‌ କରିବାକୁ ମୁଁ ବହୁତ ଡରି ଯାଇଥିଲି। ଯେତେବେଳେ ସେଟ୍‌ରେ ପହଞ୍ଚିଥିଲି ରାଣୀଙ୍କୁ କିସ୍‌ କରିବାକୁ ଅସହଜ ମନେ କରୁଥିଲି। ପରେ ଡାଇରେକ୍ଟର କହିବାରୁ ମୁଁ ଡରି ଡରି କିସ୍‌ କରିଥିଲି।

Share