କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ଙ୍କ କ୍ୟାବିନେଟ୍ରେ ମଙ୍ଗଳବାର ସାମିଲ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବୀଣା ଜର୍ଜ ସ୍ବାସ୍ଥ୍ୟମନ୍ତ୍ରୀ ହୋଇପାରନ୍ତି। ବିଦାୟୀ ସ୍ବାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜାଙ୍କ ସ୍ଥାନରେ ବୀଣାଙ୍କୁ ଦାୟିତ୍ୱ ଦିଆଯାଇପାରେ। ସାମ୍ବାଦିକତାରୁ ରାଜନୀତିକୁ ଆସି ମନ୍ତ୍ରୀ ହେବାରେ ୪୫ ବର୍ଷୀୟା ବୀଣା କେରଳ ବିଧାନସଭାରେ ପ୍ରଥମ ମହିଳା ହେବେ। ବିଭିନ୍ନ ମାଲୟାଲମ ଚ୍ୟାନେଲରେ ନ୍ୟୁଜ୍ ଉପସ୍ଥାପିକା ଭାବେ କାମ କରିଥିବା ବୀଣା ୨୦୧୬ରେ ଅରଣମୁଲା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୫ ବର୍ଷ ପରେ ବି ସେ ସେହି ଆସନରୁ ପୁନଃ ବିଜୟ ଲାଭ କରିଛନ୍ତି।