Categories: ଫୁରସତ

ଚଳନ୍ତା ଡଙ୍ଗାରେ ଏପରି କଲେ ନାବିକ, ଭିଡିଓ ଦେଖିଲେ…

ଯେଉଁମାନେ ଡଙ୍ଗାରେ ଯାତ୍ରା କରନ୍ତି ସେମାନେ ନାବିକଙ୍କୁ ବିଶ୍ୱାସ କରି ଡଙ୍ଗାରେ ବସିଥାନ୍ତି। ଡଙ୍ଗାକୁ ଭଲ ଭାବରେ ଚଳାଇବା ନାବିକଙ୍କର ଏକମାତ୍ର ଦାୟିତ୍ୱ ଅଟେ। ଏଥିରେ ବସିଥିବା ଲୋକଙ୍କ ପାଇଁ ଯେପରି କୌଣସି ବପଦ ନ ଆସୁ। ଥରେ ଭାବିଲେ ଡଙ୍ଗା ପାଣିରେ ଗତି କରୁଥିବା ବେଳେ ନାବିକ ଜଣକ ତାଙ୍କର କଳା କୌଶଳ ଆରମ୍ଭ କରିବେ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ? ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ନାବିକ ଜଣକ ଚଳନ୍ତା ଡଙ୍ଗାରୁ ଓହ୍ଲାଇ ଯାଇ ଏଥିରେ ବସିଥିବା ଯାତ୍ରୀମାନେ ନଜର ରଖନ୍ତି।

 

@ fasc1nate ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ନାବିକ ଚଳନ୍ତା ଡଙ୍ଗାରେ ଏପରି କୌଶଳ ଦେଖାଇଛନ୍ତି , ଯାହା ଯାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନାବିକ ଜଣକ ନୌକା ବାହି ଗଲା ବେଳେ ନଦୀରେ ଏକ ବ୍ରିଜ୍‌ ପଡୁଛି। ଏହା ତଳେ ଯିବା ମାତ୍ରେ ନାବିକ ଜଣଙ୍କ ଡଙ୍ଗା ଛାଡ଼ି ବ୍ରିଜ୍‌ ଉପରକୁ ଚଢ଼ି ଆରପାର୍ଶ୍ୱରେ ପହଞ୍ଚି ଏପରି ଡଙ୍ଗା ମଧ୍ୟକୁ ଡ଼େଇଁଲେ ଯେ, ସେ ସିଧାସଳଖ  ଯାଇ ଡଙ୍ଗାରେ ଠିଆହେଲେ। ଏହି ସମୟରେ ଡଙ୍ଗାରେ ବସିଥିବା ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡକୁ ଚାହିଁ ରହିଛନ୍ତି। ଯଦି ସେ ଭାରସାମ୍ୟ ହରାଇଥାନ୍ତେ, ତେବେ ସେ ପାଣିରେ ପଡ଼ିଯାଇଥାନ୍ତେ। ମାତ୍ର ଏପରି କିଛି ଘଟି ନ ଥିଲା ଏବଂ ସେ ନିରାପଦରେ ଡଙ୍ଗାରେ ଠିଆ ହୋଇ ଏହାକୁ ଆଗକୁ ବଢ଼ାଇଥିଲେ। ଏହା ଦେଖି ଯାତ୍ରୀମାନେ ତାଳି ମାରିଥିଲେ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି। ଜଣେ କହିଛନ୍ତି, ଏହି ସମସ୍ତ କୌଶଳ ଦେଖାଇ ନାବିକମାନେ ଅଧିକ ଟିପ୍ସ ପାଆନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ନାବିକଙ୍କୁ ଦେଖିଲେ ସେ ଚିନ୍ତିତ ଥିବା ପରି ଲାଗୁଛି। ଅନ୍ୟ ଜଣେ କହିଛନ୍ତି, ଯଦି ତୁମେ ଭଲ ଭାବେ ଦେଖିବ, ତେବେ ବ୍ରିଜ ତଳେ ପାଦ ରଖିବା ପାଇଁ ଏକ ପ୍ଲାଟଫର୍ମ ଅଛି, ଯାହା ମାଧ୍ୟମରେ ନାବିକମାନେ ପ୍ରାୟତଃ ଏଠାରେ ଏପରି କରିଥାନ୍ତି।

Share