Categories: ଖେଳ

କୋହଲି-ରୋହିତଙ୍କ ପାଇଁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧।୭: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ୍‌ ମ୍ୟାଚ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଭାରତ ଫାଇନାଲ ମ୍ୟାଚକୁ ୭ ରନରେ ଜିତି ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଜୟ ପରେ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଆନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଗଡ ଅଫ କ୍ରିକେଟ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସଚିନ ତେନ୍ଦୁଲକର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରୋହିତ ଶର୍ମାଙ୍କ ପାଇଁ ଲେଖିଛନ୍ତି,ରୋହିତ ଶର୍ମା, ମୁଁ ଜଣେ ପ୍ରତିଭାବାନ୍‌ ଯୁବ ଖେଳାଳିଙ୍କଠାରୁ ବିଶ୍ୱକପ ବିଜେତା ଅଧିନାୟକ ପର୍ଯ୍ୟନ୍ତ ମୁଁ ତୁମକୁ ପାଖରୁ ଦେଖିଛି। ତୁମର ଅଦମ୍ୟ ପ୍ରତିବଦ୍ଧତା ଏବଂ ଅସାଧାରଣ ପ୍ରତିଭା ଦେଶକୁ ଗର୍ବିତ କରିଛି। ଭାରତକୁ ଟି-୨୦ ବିଶ୍ୱକପ ଜିତିବା ହେଉଛି ତୁମର ଚମତ୍କାର କ୍ୟାରିୟରର ଉଦାହରଣ। ସାବାସ୍‌ ରୋହିତ!
ସଚିନ ତେନ୍ଦୁଲକର ତାଙ୍କ ସମାନ ପୋଷ୍ଟରେ ବିରାଟ କୋହଲିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସଚିନ ତେନ୍ଦୁଲକର ଲେଖିଛନ୍ତି – ବିରାଟ କୋହଲି, ଆପଣ ଏହି ଖେଳର ପ୍ରକୃତ ଚାମ୍ପିଅନ ହୋଇଛନ୍ତି। ଟୁର୍ନାମେଣ୍ଟ ଆରମ୍ଭରେ ଆପଣଙ୍କୁ ଟିକେ କଷ୍ଟ ଲାଗିଥାଇପାରେ, କିନ୍ତୁ ଗତକାଲି ରାତିରେ ଆପଣ ପ୍ରମାଣ କରିଛନ୍ତି ଯେ ଆପଣ ପ୍ରକୃତରେ ଜଣେ ମହାନ ଖେଳାଳି ମଧ୍ୟରୁ ଅନ୍ୟତମ। ୬ ବିଶ୍ୱକପ୍‌ରେ ଭାଗ ନେବା ଏବଂ ଶେଷରେ ବିଜୟ ହାସଲ କରିବା ଏହା ଏକ ଏମିତି ଅନୁଭବ, ଯାହା ମୁଁ ଭଲ ଭାବେ ଜାଣଛି। ମୁଁ ଆଶା କରୁଛି ତୁମେ ଲମ୍ବା ଫର୍ମାଟର ମ୍ୟାଚ୍‌ରେ ମଧ୍ୟ ଭାରତ ପାଇଁ ମ୍ୟାଚ୍‌ ଜିତି ଚାଲିବେ।

Share