ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ୍ ଖେଳିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ଏଠାରେ ଜାନୁୟାରୀ ୧୨ରୁ ୧୭ ପର୍ଯ୍ୟନ୍ତ ୟୋନେକ୍ସ୍ ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ତେବେ ସାଇନା କ୍ୱାରାଣ୍ଟାଇନ୍ରେ ଥିବାରୁ ତାଙ୍କର ଖେଳିବା ଅସମ୍ଭବ ହୋଇପଡ଼ିଛି। ଏହାପରେ ଜାନୁୟାରୀ ୧୯ରୁ ୨୪ ମଧ୍ୟରେ ଟୟୋଟା ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ସେହିପରି ଜାନୁୟାରୀ ୨୭ରୁ ୩୧ ପର୍ଯ୍ୟନ୍ତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଟୁର୍ ଫାଇନାଲ୍ସ ଖେଳା ଯିବ। ପ୍ରଚଳିତ କରୋନା ମାର୍ଗଦର୍ଶିକା ଅନୁସାରେ ଏବେ ସାଇନାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।