Categories: ଖେଳ

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ ଦୁହେଁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଉଭୟ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କୋଭିଡ୍‌ ଟେଷ୍ଟରେ ପଜିଟିଭ ପାଇଁ ସାଇନା ଓହରିଯିବାକୁ ବାଧ୍ୟ ହେବାରୁ ଟୁର୍ନାମେଣ୍ଟରେ ଭାରତୀୟ ଅଭିଯାନକୁ ଶକ୍ତ ଧକ୍କା ଲାଗିଥିଲା। ଅନ୍ୟପକ୍ଷରେ ପ୍ରଥମେ ଫଳାଫଳ ପଜିଟିଭ ଓ ପରେ ନେଗିଟିଭ ଯୋଗୁ ପ୍ରଣୟଙ୍କ ଅଂଶଗ୍ରହଣ ଝୁଲା ଅବସ୍ଥାରେ ରହିଥିଲା।

Share