ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ପରିଣୀତି

ବ୍ୟାଟମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ‘ସାଇନା’ର ଟିଜର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ପରିଣୀତିଙ୍କୁ ଦମ୍‌ଦାର ଲୁକ୍‌ରେ ଦେଖିବାକୁ ମିଳୁଛି। ଟିଜର ରିଲିଜ୍‌ ପରେ ପରିଣୀତି ଚର୍ଚ୍ଚାକୁ ଆସିଛନ୍ତି। ବ୍ୟାଡମିଣ୍ଟନ ଚାମ୍ପିଅନ୍‌ ସାଇନାଙ୍କ ଭୂମିକାରେ ପରି ଚମତ୍କାର ଦେଖାଯାଉଛନ୍ତି।
ଦେଶରେ ଝିଅ ଓ ପୁଅ ମଧ୍ୟରେ ଭେଦଭାବପୂର୍ଣ୍ଣ ମାନସିକତାରୁ ଫିଲ୍ମର ଟିଜର ଆରମ୍ଭ ହୋଇଛି। ୧ ମିନିଟ ୨୩ ସେକେଣ୍ଡର ଏହି ଟିଜର ଧମାଲ କରୁଛି। ଏଥିରେ ପରିଣୀତିଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି। ପୋଷ୍ଟରରୁ ଏହା ସ୍ପଷ୍ଟ ହେଉଛି ଯେ, ପରି ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି। ଏହାକୁ ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି।

Share