ଖଜୁରିପଡ଼ା,୨୫ା୩: ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏକା ହୋଇ ଅସହାୟ ଜୀବନ କାଟୁଛନ୍ତି ଖଜୁରିପଡ଼ା ବ୍ଲକ ନୂଆଗଁା ପଞ୍ଚାୟତ ରଣପାଟୁଲି ଗ୍ରାମରସୈନ୍ଦ୍ରୀ ପ୍ରଧାନ (୫୯)। ଘରଖଣ୍ଡେ ନାହିଁ ପଲିଥିନ ଟଣା ଘରେ ରହୁଛନ୍ତି। ତାଙ୍କର ନିଜର କହିଲେ କେହି ନାହାନ୍ତି। ଛୋଟ ୨ ପୁଅ ଅନେକ ଦିନରୁ ମରି ଯାଇଛନ୍ତି। ସ୍ବାମୀ ପଙ୍କଜ ପ୍ରଧାନ(୬୨) ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ମାର୍ଚ୍ଚ ୩ରେ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସ୍ବାମୀ ମରିବାର ପ୍ରାୟ କୋଡିଏ ଦିନ ବିତି ଯାଇଥିଲେ ସୁଦ୍ଧା ପଞ୍ଚାୟତ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। ଏମିତି କି ଅନ୍ତେଷ୍ଟି କ୍ରିୟା କରିବା ପାଇଁ ସରକାର ଯୋଗାଇ ଦେଉଥିବା ହରିଶ୍ଚନ୍ଦ୍ର ଯୋଜନା ସହାୟତା ମଧ୍ୟ ମିଳି ନାହିଁ ବୋଲି ସୈନ୍ଦ୍ରୀ ପ୍ରକାଶ କରିଛନ୍ତି। ସରକାରୀ ସହାୟତା କହିଲେ କେବଳ ଚାଉଳ ମିଳୁଛି। ତାହା ଛଡା କିଛି ବି ସରକାରୀ ସହାୟତା ମିଳୁ ନାହିଁ। ଅନ୍ୟପକ୍ଷରେ ଏହି ଆଦିବାସୀ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ନୂଆଗଁା ସରପଞ୍ଚ ସ୍ବର୍ଣ୍ଣଲତା କହଁରଙ୍କୁ ପଚାରିବାରୁ ସେ କହିଛନ୍ତି, ମୋର ବ୍ୟକ୍ତିଗତ ସମସ୍ୟା ଥିବାରୁ ମୁଁ ତାଙ୍କ ପାଖକୁ ଯାଇ ପାରିନାହିଁ। ତାଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମୋ ପାଖରେ ଅଛି। ସୈନ୍ଦ୍ରୀଙ୍କୁ ଟଙ୍କା ଦେବା ସହିତ ଅନ୍ୟାନ୍ୟ ସହଯୋଗ କରିବି ବୋଲି କହିଛନ୍ତି।