
ସଇଁତଳା,୨୯।୩ (ରାଖାଲ ପ୍ରସାଦ ଶତପଥୀ): ଓଡ଼ିଶା ଓକିଲ ସଂଘର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଇଁତଳା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ସୁବୋଧ କୁମାର ମିଶ୍ର ଓ ସତ୍ୟନାରାୟଣ ସାହୁ ନାମାଙ୍କନ କରିଥିଲେ। ସଭାପତି ଭାବରେ ସୁବୋଧ ୩୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ସତ୍ୟନାରାୟଣ ୧୧ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ଭାବରେ ମନୋଜ କୁମାର ପୃଷେଠ ୩୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ସୋମନାଥ ପଧାନ ୧୧ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି। ଉପସଭାପତି ଭାବରେ ହିମାଂଶୁ ଶେଖର ଦାଶ, ସମ୍ପାଦକ ଭାବରେ ଫିରୋଜ କୁମାର ବଗର୍ତ୍ତୀ, କୋଷାଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ମାଝୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ଓକିଲ ଶିବ ପ୍ରସାଦ ବାରିକ ପରିଚାଳନା କରିଥିଲେ।