Advertisement

୪ରେ ସାଧୁସନ୍ଥ ସମାବେଶ: ଯୋଗଦେବେ ପ୍ରମୁଖ ମଠ ଆଶ୍ରମ ମହନ୍ତ

କଟକ ସଦର,୨୮ା୩(ସୁଶାନ୍ତ କୁମାର ଜେନା)- ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁରସ୍ଥିତ ଥାନପତି ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୪ ତାରିଖରେ ସାଧୁସନ୍ଥ ସମାବେଶ ଅନୁଷ୍ଠିତ ହେବ। ସନାତନି ସେନା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ମଠ ଓ ଆଶ୍ରମର ମହନ୍ତ, ସାଧୁସନ୍ଥ ଯୋଗଦେବେ ବୋଲି ବ୍ରହ୍ମପୁରସ୍ଥିତ ଥାନପତି ମନ୍ଦିର ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସନାତନି ସେନାର ରାଜ୍ୟ ସଭାପତି ସମୀର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଏହି ଉପଲକ୍ଷେ ସାଧୁସନ୍ଥ, ବିଦ୍ୱାନ୍‌ ବ୍ୟକ୍ତି ଓ ହିନ୍ଦୁଧର୍ମକୁ ଭଲ ପାଉଥିବା ବ୍ୟକ୍ତିମାନଙ୍କ ଦସ୍ତଖତ ସଂଗ୍ରହ କରାଯିବ। ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା, ଗୋ ହତ୍ୟା ବନ୍ଦ କରିବା, ଭାଗବତ ଗୀତାର ପ୍ରଚାର, ସାଧୁସନ୍ଥଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯିବ। ଖବରଦାତା ସମ୍ମିଳନୀରେ ପ୍ରବେଶ ରାଉତ, ରଘୁନାଥ ଚୌଧୁରୀ ,ଅନିଲ ଦାସ, ଅସୀମ ରଞ୍ଜନ ଦାସ ଓ ଅମରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share