ମହାରାଣୀ ସାଗରରେ ପ୍ରତୀକାତ୍ମକ ଅମୃତ ସ୍ନାନ କଲେ ସାଧୁସନ୍ଥ

ବଲାଙ୍ଗୀର,୨୭ା୨(ସୁନୀଲ ): ସନାତନ ଧର୍ମର ସବୁଠୁ ବଡ଼ ମେଳା ମହାକୁମ୍ଭ ଅବସରରେ ବୁଧବାର ବଲାଙ୍ଗୀର ମହାରାଣୀ ସାଗରଠାରେ ପ୍ରତୀକାତ୍ମକ ଅମୃତ ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ଭୋର ୪ଟା ୩୦ ମିନିଟ୍‌ରୁ ଏଠାରେ ଅମୃତ ସ୍ନାନ କାର୍ଯ୍ୟକ୍ରମ ପାଇଁ ପୂଜାବିଧି ଆରମ୍ଭ ହୋଇଥିଲା। ତ୍ରିବେଣୀ ସଙ୍ଗମଠାରୁ ମକର ସଂକାନ୍ତି, ମଉନୀ ଅମାବାସ୍ୟା, ଶ୍ରୀ ପଞ୍ଚମୀ ଏବଂ ମାଘପୂର୍ଣ୍ଣିମାର ଅମୃତ ସ୍ନାନ ଯୋଗରେ ସଂଗୃହୀତ ୪ କୁମ୍ଭର ପବିତ୍ର ଜଳରେ ମହାରାଣୀ ସାଗରରେ ଅଭିଷେକ, ପୂଜାର୍ଚ୍ଚନା ଏବଂ ମହାଆରତିର ଆୟୋଜନ କରାଯାଇଥିଲା। ପୂଜକ ନିରଞ୍ଜନ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ସକାଳ ୫ଟା ୩୦ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ, ସନ୍ନ୍ୟାସୀ, ମଠାଧୀଶ ଏବଂ ମହନ୍ତ ଅମୃତ ସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ସେଠାରେ ଅମୃତ ସ୍ନାନ କରିଥିଲେ।

Share