ବିବାହ ବାର୍ଷିକୀ ପାଳନ କରିବେନି ସାୟରା-ଦିଲ୍ଲିପ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ଦିଲ୍ଲିପ କୁମାର ଓ ତାଙ୍କ ପତ୍ନୀ ସାୟରା ବାନୋ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୧୧ରେ ଏମାନଙ୍କର ବିବାହ ବାର୍ଷିକୀ ଥିବା ବେଳେ ଚଳିତ ବର୍ଷ ଏମାନେ ଏହାକୁ ପାଳନ କରିବେ ନାହିଁ । ଏହା ତାଙ୍କର ୫୪ ତମ ବିବାହ ବାର୍ଷିକ ଥିଲା । ହେଲେ କରୋନା ମହାମାରୀ ଯୋଗୁ ଏମାନେ ଚଳିତ ବର୍ଷ ଏହା ପାଳନ କରିବେ ନାହିଁ ବୋଲି କହିଛନ୍ତି । ଦିଲ୍ଲିପ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଭାଇମାନଙ୍କ ଦେହନ୍ତ ସହ କରୋନା ମହାମାରୀ ନେଇ ଚଳିତ ବର୍ଷ ବିବାହ ବାର୍ଷିକୀ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଏହାସହ ସାୟରା ମଧ୍ୟ ଲେଖିଛନ୍ତି ୧୧ ଅକ୍ଟୋବର ମୋ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ । କାରଣ ଏହିଦିନ ମୋ ଜୀବନର ସ୍ୱପ୍ନ ପୂରଣ ହୋଇଥିଲା ଓ ମୁଁ ଦିଲ୍ଲିପ ସାହେବଙ୍କୁ ବିବାହ କରିଥିଲି । ହେଲେ ଚଳିତ ବର୍ଷ ଆମେ ଉଭୟ ଏହି ଦିନକୁ ପାଳନ କରୁନୁ । ନିକଟରେ ଦିଲ୍ଲିପଙ୍କ ଭାଇଙ୍କ ଦେହନ୍ତ ଓ କରୋନା ମହାମାରୀ ଯୋଗୁ ଆମେ ଏହି ନିଷ୍ପତ୍ତି ନେଇଛୁ ।

Share