ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସାଇରା ବାନୁ ଏବଂ ଦିଲ୍ଲୀପ କୁମାରଙ୍କ ଏକ କାହାଣୀ ସାମ୍ନାକୁ ଆସିଛି। ନିକଟରେ ଏକ ସାକ୍ଷାତକାରରେ ସାଇରା ଦିଲ୍ଲୀପଙ୍କ ସହ ତାଙ୍କ ଜୀବନ ବିଷୟରେ ଅନେକ କଥା ଶେୟାର କରିଥିଲେ। ତେବେ ଏହି ଯୋଡିଙ୍କ ମଧ୍ୟରେ ବହୁତ ଭଲପାଇବା ଏବଂ ଶକ୍ତ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଥାଏ।
ତେବେ ଏକ ପ୍ରଶ୍ନର ଉତ୍ତରରେ ସାଇରା କହିଥିଲେ ଯେ, ଦିଲ୍ଲୀପଙ୍କ ସହ ବିବାହ ଦିନ ତାଙ୍କର ଜଣେ ପୂର୍ବ ପ୍ରେମିକା ନିଦ ବଟିକା ଖାଇ ଦେଇଥିଲେ। ତେଣୁ ବିବାହ ଅଧାରୁ ଦିଲ୍ଲୀପ ଉକ୍ତ ପ୍ରେମିକା ପାଖକୁ ଯାଇଥିଲେ ଏବଂ ସେ ସାଇରାଙ୍କୁ ଭଲ ପାଉଥିବା ତାଙ୍କୁ ବୁଝାଇଥିଲେ। ପ୍ରେମିକା ଶାନ୍ତ ହେବା ପରେ ଦିଲ୍ଲୀପ ପୁଣିଥରେ ବିବାହ ମଣ୍ଡପକୁ ଫେରିଥିଲେ ବୋଲି ସାଇରା କହିଥିଲେ।