ଏକାନ୍ତରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଗତ ବର୍ଷ ଦେହାନ୍ତ ହୋଇଛି। ଦିଲୀପ କୁମାରଙ୍କ ବିୟୋଗ ପରେ ତାଙ୍କ ସ୍ତ୍ରୀ ସାଇରା ବାନୋ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପାଖରେ ରହି ତାଙ୍କର ଯତ୍ନ ନେଉଥିଲେ ସାଇରା। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏତେ ଭାଙ୍ଗି ପଡିଛନ୍ତି ଯେ, ସେ କାହା ସହ କଥାବାର୍ତ୍ତା କରୁନାହାଁନ୍ତି। ବନ୍ଧୁମାନେ ତାଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କରୁଥିଲେ, କୌଣସି ସୂଚନା ମିଳୁନାହିଁ। ଏନେଇ ତାଙ୍କ ବନ୍ଧୁମାନେ ଚିନ୍ତା ପ୍ରକଟ କରିଛନ୍ତି।
ସାଇରା ବାନୁ ଦିଲୀପ କୁମାରଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କୁ ପାଇବା ପାଇଁ ସେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ପ୍ରଥମ ଦେଖାରେ ସାଇରା ଦିଲୀପ କୁମାରଙ୍କୁ ହୃଦୟ ଦେଇଥିଲେ। ଲୋକମାନେ ସେମାନଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ଉଭୟଙ୍କ ପ୍ରେମ କମି ନ ଥିଲା। ସାଇରା ୨୨ ବର୍ଷ ବୟସରେ ୪୪ ବର୍ଷୀୟ ଦିଲୀପ କୁମାରଙ୍କୁ ବିବାହ କରିଥିଲେ।
ଦିଲୀପ କୁମାରଙ୍କ ବିୟୋଗ ପରେ ସାଇରା ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ ମମତାଜ କହିଛନ୍ତି, ସାଇରାଙ୍କୁ ନେଇ ମୁଁ ଚିନ୍ତିତ ଅଛି। ତାଙ୍କ ବିଷୟରେ କାହାରି ପାଖରେ କୌଣସି ସୂଚନା ନାହିଁ। ମୁଁ ସାଇରାଙ୍କ ସହ ଅନେକ ଥର କଥା ହେବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ଘରକୁ ମଧ୍ୟ ଯାଇଥିଲେ, କିନ୍ତୁ ତାଙ୍କୁ ଭେଟି ପାରି ନ ଥିଲେ। ଏହା ବ୍ୟତୀତ ସାଇରା ବାନୁ ଏବଂ ଦିଲୀପ କୁମାରଙ୍କ ଘନିଷ୍ଠ ବନ୍ଧୁ ଧର୍ମେନ୍ଦ୍ର ମଧ୍ୟ ସାଇରା ବାନୁଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ସେ ତାଙ୍କୁ ଅନେକ ଥର ଫୋନ କରିଛନ୍ତି, କିନ୍ତୁ ସାଇରା ଏହାର ଉତ୍ତର ଦେଇ ନାହାଁନ୍ତି। ସାଇରା ବାନୁଙ୍କ ଦୂରତା ହେତୁ ସମସ୍ତେ ଚିନ୍ତିତ।

Share