ଅଭିନେତ୍ରୀ ସାଇରା ବାନୁ ଜୀବନର ଏକ ରହସ୍ୟ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜୁଲାଇ ୭,୨୦୨୧ ସ୍ବାମୀ ଦିଲୀପ କୁମାର ମୋତେ ଛାଡି ଚାଲିଯିବାପରେ ପ୍ରତିକ୍ଷଣ ମୁଁ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଥିଲି। ସେ ମୋ ଜୀବନର ସବୁକିଛି ଥିଲେ। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଫୋନ କରିଥିଲେ। ସେ ସାନ୍ତ୍ୱନାମୂଳକ ଶବ୍ଦ କହିଥିଲେ, ନିଜକୁ ନିୟନ୍ତ୍ରଣ କର ଏବଂ ଗୋଟିଏ କଥା ଜାଣ ଯେ ଆମେ ତୁମର ପରିବାର।
ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ମୋ ଭିତରେ ପୁଣି ଥରେ ନିଃଶ୍ୱାସ ଜାଗ୍ରତ କରିଥିଲା। ସେବେଠାରୁ ମୁଁ ସେହି ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯିଏ ଏହି ଦଃଖ ସମୟରେ ମୋତେ ସାହସ ଦେଇଥିଲେ। ଦୁର୍ଭାଗ୍ୟବଶତଃ ସ୍ବାସ୍ଥ୍ୟଗତ କାରଣରୁ ମୁଁ ତାଙ୍କୁ ଭେଟି ପାରିନାହିଁ କିନ୍ତୁ ତାଙ୍କ କଥା ସର୍ବଦା ମନେ ରହିବ।
View this post on Instagram