ଭେଟେରାନ ସଙ୍ଗୀତକାର ଏ.ଆର ରେହମାନଙ୍କୁ ଛାଡପତ୍ର ଦେବେ ସାଏରା, ଭାଙ୍ଗିଲା ୨୯ବର୍ଷର ସମ୍ପର୍କ

ମୁମ୍ବାଇ: ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍‌ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ସାଏରାଙ୍କ ଅନୁସାରେ, ସେ ଏହି ସମ୍ପର୍କରେ ବହୁ ସମସ୍ୟାରେ ଚଳୁଛନ୍ତି। ଯାହାକୁ ନେଇ ଜୀବନ ଅତିବାହିତ କରିବା ଅସୁବିଧା ହେଉଛି।

ରେହମାନ ଓ ସାଏରାଙ୍କ ବିବାହ ୧୯୯୫ରେ ହୋଇଥିଲା। ତାଙ୍କର ୩ଟି ଝିଅ। ଦୁହିଁଙ୍କ ଭିତରେ ସଂସ୍କୃତିକୁ ନେଇ ଦୀର୍ଘଦିନ ଧରି ମତଭେଦ ରହି ଆସିଥିଲା।

Share