Categories: ଖେଳ

ସାଇରୂପୀ, ସୁୟଶ ଚାମ୍ପିୟନ

ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ମିଶନ ଅଲିମ୍ପିକ ସ୍ପୋଟର୍‌ସ ଫାଉଣ୍ଡେଶନ (ଏମ୍‌ଓଏସ୍‌ଏଫ୍‌)ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ-ଆଇଆଇଜି ସ୍ପୋଟର୍‌ସ ଏକାଡେମୀଠାରେ ଅଲଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା), ଓଡ଼ିଶା ଟେନିସ ଆସୋସିଏଶନ (ଓଟା) ଓ କେଟି ଗ୍ରାସ୍‌ରୁଟ୍‌ ଚାମ୍ପୟନଶିପ୍‌ ସିରିଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଳିକା ସିଙ୍ଗଲ୍ସବିଭାଗରେ ଦ୍ୱିତୀୟ ସିଡ୍‌ ତଥା ଓଡ଼ିଶାର ସାଇରୂପୀ ସୌର୍ଯ୍ୟା ମହାନ୍ତି ଏବଂ ବାଳକ ସିଙ୍ଗଲ୍ସ ଟପ୍‌ ସିଡ୍‌ ଓଡ଼ିଶାର ସୁୟଶ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି। ସାଇରୂପୀ ଟପ୍‌ ସିଡ୍‌ ଓଡ଼ିଶାର ଶ୍ରେୟା ମହାପାତ୍ରଙ୍କୁ ୬-୪, ୩-୬, ୬-୪ରେ ହରାଇ ଦେଇଛନ୍ତି। ସେହିପରି ବାଳକ ସିଙ୍ଗଲ୍ସ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ସୁୟଶ ଦ୍ୱିତୀୟ ସିଡ୍‌ ଓଡ଼ିଶାର ଗୁରୁବଂଶ ସିଂଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଟାଇଟଲ ବିଜୟୀ ହୋଇଛନ୍ତି। ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ ଏବଂ କେଟି ଗ୍ଲୋବାଲ ସ୍କୁଲ ମିଳିତ ଭାବେ ନିୟମିତ ଆଇଟା ଟୁର୍ନାମେଣ୍ଟମାନ ଆୟୋଜନ କରି ଆସୁଛନ୍ତି। ଜାତୀୟ ସ୍ତରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ଲାଗି ରାଜ୍ୟର ଉଦୀୟମାନ ସ୍ବଳ୍ପ ବୟସ୍କ ଖେଳାଳିମାନଙ୍କ ଲାଗି ଏକ ଉପଯୁକ୍ତ ପ୍ଲାଟଫର୍ମ।

 

Share