ତ୍ୱଚା ପାଇଁ ବରଦାନ ସଜନାଶାଗ

ସଜନାଶାଗରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏକ ଚାମଚ ଶାଗ ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍‌ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍‌ ରଖିବା ସହ ଏଜିଂ ସମସ୍ୟା ଦୂରକରି ୟଙ୍ଗର ଲୁକ୍‌ ଦେଇଥାଏ।
ସଜନାଶାଗ ଖାଇବା ସହ ଏହାର ଗୁଣ୍ଡ ଲଗାଇବା ବି ତ୍ୱଚା ପାଇଁ ଲାଭଦାୟକ। ଏଥିରେ କୋଲାଜେନ୍‌ ପ୍ରୋଟିନ୍‌ ଭରି ରହିଛି। ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ଟାଇଟ୍‌ ଏବଂ ସୁନ୍ଦର ରହିଥାଏ।
ସ୍କିନ୍‌ ଟୋନ୍‌ ଡାର୍କ ଥିଲେ ସଜନାଶାଗ ପେଷ୍ଟକୁ ଲଗାଇ ପାରିବେ। ଏହା ସ୍ପଟ୍‌ଲେସ୍‌ କରିବା ସହ ସ୍କିନ୍‌ଟୋନ୍‌ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।
ସଜନାତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି ଯାହାକି ବ୍ରଣ ସମସ୍ୟା ଦୂର କରିଥାଏ। ସଜନାଶାଗକୁ ପେଷ୍ଟକରି ବି ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ।
ଓଠ ପାଇଁ ସବୁଠୁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ ସଜନାତେଲ। ଯେଉଁଥି ଲାଗି ବିଭିନ୍ନ ଲିପ୍‌ବାମ୍‌ ଏବଂ ଲିପ୍‌ କେୟାର ପ୍ରଡକ୍ଟଗୁଡ଼ିକରେ ଏହାକୁ ବ୍ୟବହାର କରାଯାଇଥାଏ।