Posted inଜାତୀୟ

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ଅଘଟଣ ପରେ ସତ୍‌ସଙ୍ଗ କରୁଥିବା ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ନାରାୟଣ ସାକର ହରିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ମୁଁ ଘଟଣା ପୂର୍ବରୁ ସେଠାରୁ ପଳାଇଥିଲି। ଏହି ଦୁର୍ଘଟଣା ପାଇଁ ସେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଆହତମାନଙ୍କ ଆରୋଗ୍ୟ ପାଇଁ ସେ କାମନା କରିଥିଲେ। ଏହି ଘଟଣା ପରେ ଏବେ ବାବା ନଜର ବନ୍ଦୀ ଅଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମ ୟୁପିର ଭୋଲେ ବାବା ଖୁବ୍‌ ଲୋକପ୍ରିୟ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି। ତାଙ୍କର ପ୍ରକୃତ ନାମ ସୂରଜପାଲ ହୋଇଥିବାବେଳେ ଲୋକେ ତାଙ୍କୁ ହରି ଭୋଲେ ବାବା ଭାବେ ଜାଣନ୍ତି। କାସଗଞ୍ଜର ପଟିୟାଲି ଗ୍ରାମରେ ରହୁଥିବା ବାବାଙ୍କର ସେଠାରେ ଏକ ଆଶ୍ରମ ରହିଛି। ସେ ୧୮ ବର୍ଷ ପୂର୍ବରୁ ଗୋଇନ୍ଦା ବିଭାଗରେ ଚାକିରି କରିଥିଲେ। ୨୦୦୬ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବୁଲି ବୁଲି ଭଗବାନଙ୍କ ଭକ୍ତିର ପ୍ରସାର କରିଥିଲେ। ଧୀରେ ଧୀରେ ସେ ସତ୍‌ସଙ୍ଗ ଆୟୋଜନ କରିବା ସହ ଉତ୍ତରପ୍ରଦେଶରେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା...

ରାଜ୍ୟ ସଭାରୁ କେଶବ ରାଓଙ୍କ ଇସ୍ତଫା

ହାଇଦ୍ରାବାଦ,୬ା୭: ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଛାଡ଼ି କଂଗ୍ରେସରେ ଯୋଗଦେବାର ଦିନକ ପରେ କେ. କେଶବ ରାଓ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ସମଲିଙ୍ଗୀ ବିବାହ ରାୟ ସମୀକ୍ଷା ଆବେଦନ ଶୁଣାଣି ୧୦ରେ

ନୂଆଦିଲ୍ଲୀ,୬ା୭: ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୧୭ରେ ମନା କରିଦେଇଥିଲେ। ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୦ରେ...

ବିଏସ୍‌ପିର ତାମିଲନାଡ଼ୁ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା, ୬ ଜଣ ଘେରିଯାଇ ନେଇଗଲେ ଜୀବନ

ଚେନ୍ନାଇ,୫।୭: ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ଆକ୍ରମଣ ହେବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି...

ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା...

NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା

ନୂଆଦିଲ୍ଲୀ, ୫।୭: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ନିଟ୍‌ ମାମଲାରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri