ଆବୁଧାବି, ୧୨ା୧ (ଏପି)-ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ସୋଫିଆ କେନିନ୍ ସିଜନ ଆରମ୍ଭ ଆବୁଧାବି ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୀକ୍ ଖେଳାଳି ତଥା ୯ମ ସିଡ୍ ମାରିଆ ସାକାରି ୨-୬, ୬-୨, ୬-୦ ସେଟ୍ରେ କେନିନ୍ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। କେନିନଙ୍କ କ୍ୟାରିୟରର ଏହା ୧୪ତମ ଟୁର୍ କ୍ୱାର୍ଟରଫାଇନାଲ ମ୍ୟାଚ ଥିବାବେଳେ ତୃତୀୟ ପରାଜୟ ଥିଲା। ସାକାରି ପରବର୍ତ୍ତୀ ରାଉଣ୍ଡରେ ଚତୁର୍ଥ ସିଡ୍ ଆରିନା ସାବାଲେଙ୍କାଙ୍କୁ ଭେଟିବେ। ସେମିଫାଇନାଳରେ ଏକ ସ୍ଥାନ ପାଇଁ ସେ ଏଲିନା ରିବାକିନାଙ୍କୁ ୬-୪, ୪-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ଏହା ହେଉଛି ତାଙ୍କର କ୍ରମାଗତ ୧୩ତମ ଟୁର୍ ବିଜୟ। ସାବାଲେଙ୍କା ଗତ ସିଜନରେ ଓଷ୍ଟ୍ରାଭା ଓ ଲିଞ୍ଜ୍ ଇନ୍ଡୋରରେ ଟାଇଟଲ ଜିତିଥିଲେ। ଆବୁଧାବିରେ ୪ ବିଜୟ ସହ ସେ ୨୦୨୧ ସିଜନ ଆରମ୍ଭ କରିଛନ୍ତି। ସାକାରିଭ୍କ ବିପକ୍ଷରେ ସେ ଏପର୍ଯ୍ୟନ୍ତ ଖେଳିଥିବା ୪ ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଛନ୍ତି। ଏହି ସମସ୍ତ ମ୍ୟାଚ୍ ହାର୍ଡକୋର୍ଟରେ ଖେଳାଯାଇଥିଲା।