Categories: ଫୁରସତ

ସଖାରାମ ବାଇଣ୍ଡର

ପ୍ରଖ୍ୟାତ ମରାଠୀ ଔପନ୍ୟାସିିକ ବିଜୟ ତେନ୍ଦୁଲକରଙ୍କର ଚର୍ଚ୍ଚିତ ମରାଠୀ ନାଟକ ‘ସଖାରାମ ବାଇଣ୍ଡର’କୁ ଆଧାର କରି ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେ ନାଟକ ‘ସଖାରାମ ବାଇଣ୍ଡର’। ଅଭିନେତା ଅସୀତ କୁମାର ପାତ୍ର ଏହାର ଓଡ଼ିଆ ଭାଷାନ୍ତର କରିବା ସହ ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ, ସୁନୀଲ ପଟ୍ଟନାୟକଙ୍କ ସହ ମିଶି ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଜୟଲକ୍ଷ୍ମୀ ମୁଭିଜ ପ୍ରଯୋଜିତ ଏବଂ କ୍ୟାମେରା କୁଇନ୍‌ ପ୍ରଡକ୍ସନର ସହ ପ୍ରଯୋଜନାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଟିଟନ ଏବଂ ହରପ୍ରୀତ ସିଂ। ଦୁଇଟି ଏପିସୋଡ୍‌ ପ୍ରସାରିତ ହୋଇସାରିଥିବା ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଅସୀତ, ଶ୍ୱେତା ଆଚାର୍ଯ୍ୟ, ରେଶ୍ମାଞ୍ଜଳି, ସୁଜିତ ପାଇକରାୟ ଏବଂ ପିଣ୍ଟୁ ନନ୍ଦ। ଅନ୍ୟପକ୍ଷରେ ଏହି ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘କେଦାରଗୌରୀ’ ନିର୍ମିତ ହେଉଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ‘ଭୈରବ’, ‘ନାୟକର ନଁା ଦେବଦାସ’ ଏବଂ ରିଲିଜ ଅପେକ୍ଷାରେ ଥିବା ‘ମିତାଲି ଅପା’ରେ ଅସୀତ ଅଭିନୟ କରିସାରିଛନ୍ତି।

Share