ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର ସମାପନ ଦିବସ ପାଳନ କରାଯିବା ସହ ‘ସକ୍ଷମ’ ଅଙ୍ଗନାୱାଡି କେନ୍ଦ୍ରର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଆଙ୍ଗବାଲି ପଞ୍ଚାୟତ ସୁପରଭାଇଜର ପ୍ରଭାତୀ ମଞ୍ଜରୀ ଦାସ, ଦାରିଙ୍ଗବାଡି ପଞ୍ଚାୟତ ଶକୁନ୍ତଳା ନାୟକଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ସେପ୍ଟେମ୍ବର ମାସର ୧ ରୁ ୩୦ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଉଥିବା ବେଳେ ଜନ୍ମ ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଶାରୀରିକ,ବୌଦ୍ଧିକ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସଚେତନ କରାଯାଉଛି ସେମାନଙ୍କ କେଉଁ ବୟସର ଶିଶୁଙ୍କୁ କିଭଳି ପୋଷକ ତତ୍ତ୍ୱ ଖାଦ୍ୟ ଦିଆଯିବ ସେ ସମ୍ପର୍କରେ ସଚେତନ କରାଯାଇଛି।

ସେହିପରି ପ୍ରସୂତି, ଗର୍ଭବତୀ ମହିଳା ଙ୍କୁ ପ୍ରକୃତ ପୋଷାକ ତତ୍ତ୍ୱ ଖାଦ୍ୟ ପ୍ରଦାନ କରାଯିବ କିଶୋରୀକିଶୋରଙ୍କୁ ମଧ୍ୟ ସେ ସମାନ ଖାଦ୍ୟକୁ ଦିଆଯିବ ସେ ସମ୍ପର୍କରେ ସଚେତନ କରାଯାଇଛି। ଯେଉଁ ସବୁ ଅଙ୍ଗନାୱାଡିରେ ଭିଡିଓ ଓ ଅଡିଓ ମାଧ୍ୟମରେ ଶିକ୍ଷା ଦେବା ବ୍ୟବସ୍ଥା କରାଯିବା ସହ ସୁସ୍ଥ ଓ ଶୁଦ୍ଧ ପାନୀୟଜଳ ପାଇଁ ଆକ୍ୱା ଜଳ ପ୍ରଦାନ ବ୍ୟବସ୍ଥା ସହ ପ୍ରାରମ୍ଭିକ ବାଲ୍ୟବସ୍ଥାରେ ଯତ୍ନ ଓ ଶିକ୍ଷା ନିଆଯିବା, ପୋଷଣ ବାଟିକା,ଶିଶୁ ମାନଙ୍କର ଶାରୀରିକ, ମାନସିକ ଓ ଭାବନାତ୍ମକ ବିକାଶ ରହିଛି। ସେଭଳି କେନ୍ଦ୍ରଗୁଡିକୁ ‘ସକ୍ଷମ’ କେନ୍ଦ୍ର ଭାବେ ଉଦଘାଟନ କରାଯାଇଛି। ଏହାକୁ ସରପଞ୍ଚ ଚନ୍ଦ୍ରିକା ମଲିକ ଉଦଘାଟନ କରିଛନ୍ତି। ଏହିସବୁ ବ୍ୟବସ୍ଥା ରହିଥିବା କେନ୍ଦ୍ରଗୁଡିକୁ ସକ୍ଷମ କେନ୍ଦ୍ର ଭାବେ ଚି଼ହ୍ନଟ କରାଯାଇଛି। ଉକ୍ତ ବ୍ଲକରେ ମୋଟ ୩୫୫ଟି କେନ୍ଦ୍ର ରହିଥିବା ବେଳେ ସେଥିରୁ ମୋଟ ୭୭ଟି କେନ୍ଦ୍ରକୁ ’ସକ୍ଷମ’ କେନ୍ଦ୍ର ଭାବେ ଚି଼ହ୍ନଟ କରାଯାଇଛି। ସେଥିରୁ ୨ଟିର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀଙ୍କ ସହ ଅଭିଭାବକ ଶିଶୁମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ପଣା ସଂକ୍ରାନ୍ତିରେ ସ୍କୁଲ ପିଲା ବାଣ୍ଟିଲେ ପାଣି ସହ ପାରମ୍ପରିକ ପଣା

ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା...

ଭୋଟବ୍ୟାଙ୍କ ଭାଇରସ୍: ଆମ୍ବେଦକରଙ୍କୁ ଅପମାନିତ କରିବା, ୱାକଫ ଆଇନକୁ ବିରୋଧ ପାଇଁ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାବି କରିଛନ୍ତି ଯେ କଂଗ୍ରେସ ନୂତନ ଭାବରେ ଗୃହୀତ ୱାକଫ ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ “ଭୋଟବ୍ୟାଙ୍କ...

ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ...

ନବୀନଙ୍କୁ ଚିଠି ଲେଖି ରାଜାଙ୍କ ପ୍ରସ୍ତାବ, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ମୁଖିଆ...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image